ବାଲିଗୁଡା:ବେଲଘର ସିଆରପିଏଫର ୮୨ତମ ବାର୍ଷିକ ଉତ୍ସବ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ସହ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜିତ
ବାଲିଗୁଡା,(ଉଲାପ୍ର):କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ୮୨ତମ ବାର୍ଷିକ ଉତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଠାରେ ଥିବା ୧୨୭ ବାଟାଲିୟନର ଇନ୍ସପେକ୍ଟର ବେଣୁକୁମାର ଏବଂ ଏଏସଆଇ ଇସଲାମ ଖାନ ପ୍ରମୁଖଙ୍କ ନେତୃତ୍ୱରେ ସମଗ୍ର ବେଲଘର ପଞ୍ଚାୟତକୁ ସମ୍ପୂର୍ଣ୍ଣ ସଫେଇ କରି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ଏବଂ ପରେ ପରେ ସ୍ୱାସ୍ଥ୍ୟ ସଚେତନତା, ବୃକ୍ଷରୋପଣ, ପେରେଡ, ଭଳି ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ମାନ ଆୟୋଜନ କରି ପଞ୍ଚାୟତ ବାସୀଙ୍କ ନିକଟତର ହୋଇପାରିଥିଲେ l
ଅପରାହ୍ନରେ ଗ୍ରାମବାସୀ ଓ ସିଆରପିଏଫ ଜବାନ ଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଭଲିବଲ ଖେଳ ଆୟୋଜନ କରାଯାଇଥିଲା l ଏହି ଅଭିଯାନରେ ବେଲଘର ୧୨୭ ବାଟାଲିୟନର ସମସ୍ତ ଜବାନ ଉପସ୍ଥିତ ରହି ସହଯୋଗ କରିଥିଲେ ଇନ୍ସପେକ୍ଟର ଗଣ ଉପସ୍ଥିତ ରହି ସମଗ୍ର ଅଞ୍ଚଳ ସଦା ସର୍ବଦା ସଫା ସୁତରା ରଖିବା ପାଇଁ କାହା ଉପରେ ଭରଷା ନ କରି ନିଜ ଘରର ଆଖପାଖ ନିଜେ ପରିଷ୍କାର ପରିଚ୍ଛନ୍ନ ରଖିଲେ ସବୁଆଡେ ସଫା ସୁତରା ରହିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ପରିଶେଷରେ ଇନ୍ସପେକ୍ଟର ବେଣୁକୁମାର ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିବା ସହ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ପ୍ରକାଶ କରିଥିଲେ l l
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































