ସୁକାଶନ ଜଙ୍ଗଲରୁ ଚାରିଜଣ ଜନ୍ତୁ ଶିକାରୀ ସହିତ ଦେଶୀ ବନ୍ଧୁକ,ହେଡ ଲ୍ୟାମ୍ପ,ଗୁଳି,ମୋବାଇଲ ଜବତ
ଖୁଣ୍ଟୁଣି(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣି ରେଞ୍ଜର ସୁକାଶନ ଜଙ୍ଗଲ ରେ ଶିକାର ପାଇଁ ଜାଲ ଵିଛାଇଥିବା ବେଳେ ଚାରିଜଣ ଶିକାରୀ ବନବିଭାଗ ହାତରେ ଧରପଡିଛନ୍ତି,ସେମାନେ ହେଲେ ବଡମ୍ବାର କୁନା ସାହୁ,ଆଠଗଡ ମେଘାର ନିବାସ ସାହୁ,ଆଠଗଡ ବୌଦା ର ଲିପୁନ ବେହେରା,ପପୁନ ବେହେରା।ଏହି ଚାରିଜଣ ଯାକ ନିୟମିତ ଭାବେ ସୁକାଶନ ଜଙ୍ଗଲ ରେ ପଶି ଜନ୍ତୁ ଶିକାର କରିଥାନ୍ତି ବୋଲି ବନବିଭାଗ ଆଗରେ ସ୍ୱୀକାର କରିଛନ୍ତି,ଗତ ଗୁରୁବାର ରାତିରେ ଏହି ଚାରିଜଣ ଯାକ ଜନ୍ତୁ ଶିକାରୀ ହାତରେ ଦେଶୀ ବନ୍ଧୁକ ଧରି,ହେଡ ଲ୍ୟାମ୍ପ ସହିତ ମୋବାଇଲ ଫୋନ ଜରିଆରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ବୁଲି ଜନ୍ତୁ ଶିକାର କରିବା ପାଇଁ ଘୁରି ବୁଲୁଥିଲେ,ଠିକ ସମୟରେ ଆଠଗଡ ରେଞ୍ଜ ର ଷ୍ଟାଫ ମାନେ ପହଁଚି ଚାରିଜଣ ଜନ୍ତୁ ସିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି,ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଆଠଗଡ ଡିଏଫଓ ଭାବେ ସୁଦର୍ଶନ ଯାଦବ କାର୍ଯ୍ୟରେ ଯୋଗଦେବା ପରଠାରୁ ଜନ୍ତୁ ଶିକାରୀ ଓ ବନବିଭାଗ ରେଞ୍ଜର ଓ କର୍ମଚାରୀ ଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































