ଉଦୟ ଲାବଣ୍ୟ ର ବଡ ସଫଳତା,ବଳିପୁର ଗ୍ରାମର କାଁହୁ,ଉଲ ସାମଲ ଦମ୍ପତି ପାଇବେ ବାର୍ଦ୍ଧକ୍ୟ ଭତ୍ତା
ଆଠଗଡ(ଉଲାପ୍ର୍)କୁୁୁମାପପୁୁର ପଞ୍ଚାୟତ ବଳିପୁର ଗ୍ରାମର କାଁହୁ ସାମଲ ଓ ଉଲ ସାମଲ ଏପ୍ରିଲ ମାସରୁ ପାଇବେ ବାର୍ଦ୍ଧକ୍ୟ ଭତ୍ତା, କଟକ ଜିଲାପାଳ ଙ୍କ ଚିଠି ଧରି ଅଢେଇ ମାସ ବୁଲିବା ପରେ ଉଦୟ ଲାବଣ୍ୟ ସମ୍ବାଦପତ୍ର ନିକଟରେ ପହଁଚିବା ପରେ ଏବେ ସେ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯାଉଛନ୍ତି,ସେଥିପାଇଁ ଆମକୁ ବହୁ କସରତ କରିବାକୁ ପଡିଛି,ଜିଲାପାଳ ଙ୍କ ଚିଠିକୁ କାଁହୁ ସାମଲଙ୍କ ଠାରୁ ନେଇ ବ୍ଲକ ରେ ପ୍ରଦାନ କରିବା ପରେ କାଁହୁ ସାମଲଙ୍କ ଭତା ହୋଇଥିଲା, ତାଙ୍କ ସହଧର୍ମିଣୀ ଉଲ ସାମଲଙ୍କ ବୟସ ବ୍ଲକ କମ୍ପୁଟର ରେ ୫୯ ବର୍ଷ ଦେଖାଇବା ପରେ ତାଙ୍କର ଭତା ହେବନାହିଁ ବୋଲି କହିଥିଲେ ବ୍ଲକ ର କର୍ମଚାରୀ, ତାଙ୍କର ମାଜିଷ୍ଟ୍ରେଟ ବୟସ ପ୍ରମାଣପତ୍ର ପ୍ରଦାନ କରିଥିଲେ ମଧ୍ୟ ପୁନର୍ବାର କାଁହୁ ତାଙ୍କ ସହଧର୍ମିଣୀ ଉଲ ଙ୍କୁ ନେଇ ଗୁରୁଡ଼ିଝଥାଟିଆ ମେଡିକାଲ ରେ ପହଞ୍ଚିବା ଡାକ୍ତର ସିଧାସଳଖ ତାଙ୍କୁ ବୟସ ପ୍ରମାଣପତ୍ର ଦେବେନାହିଁ ବୋଲି କହିବା ପରେ ଉଦୟ ଲାବଣ୍ୟ ତରଫରୁ ଆଠଗଡ ଏସଡିଏମଓଙ୍କୁ ଜଣାଇଥିଲୁ,ପରେ ବ୍ରହ୍ମପୁର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା ପରେ ସଙ୍ଗେସଙ୍ଗେ ଗୁରୁଡ଼ିଝଥାଟିଆ ସ୍ୱାସ୍ଥ୍ୟ ଅଧିକାରୀ କାଁହୁ ସାମାଲଙ୍କୁ ଡାକି ତାଙ୍କ ସ୍ତ୍ରୀ ଉଲ ସାମଲ ଙ୍କ ପ୍ରମାଣପତ୍ର ପ୍ରଦାନ କରିଥିଲେ, କାଁହୁ ଓ ଉଲ ସାମଲ ଏକ ଅଟୋ ଭଡ଼ାକରି ଆଠଗଡ ବ୍ଲକ ରେ ପହଁଚି ତାଙ୍କ ବୟସ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି, ଆସନ୍ତା ଏପ୍ରିଲ ମାସରୁ ଉଭୟ ସ୍ୱାମୀ ସ୍ତ୍ରୀ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯାଉଛନ୍ତି,ଉଦୟ ଲାବଣ୍ୟ ଏକ ଛୋଟିଆ ସମ୍ବାଦପତ୍ର ହୋଇଥିଲେ ସାଧାରଣ ଲୋକଙ୍କ ସ୍ୱର ଭାବେ ଛିଡା ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































