ଉଦୟ ଲାବଣ୍ୟ ମହାପ୍ରଭାଵ, ନିଶାକରକୁ ସହଯୋଗର ହାତ ବଢ଼ାଇଲେ ବିଭିନ୍ନ ବ୍ୟକ୍ତି ବିଶେଷ
ଆଠଗଡ(ଉଲାପ୍ର)ଉଦୟ ଲାବଣ୍ୟ ରେ ଆଠଗଡ ସହର ୧୮ନମ୍ବର ୱାର୍ଡର ନିଶାକର ସ୍ୱାଇଁ ଜଣେ ହୃଦ ରୋଗୀ ସମ୍ପର୍କରେ ଅର୍ଥ ସାଜିଛି ବାଧକ ଖବର ପ୍ରସାରଣ କରାଯିବା ପରେ ଏବେ ବିଭିନ୍ନ ବ୍ୟକ୍ତି ବିଶେଷ ଆମ ଜରିଆରେ ସହଯୋଗର ହାତ ବଢ଼ାଇବା ଆରମ୍ଭ କରିଛନ୍ତି,ଅର୍ଥ ଅଭାବରୁ ନିଶାକର ଗତ ସାତବର୍ଷ ଧରି ମେଡ଼ିସିନ ଖାଇପାରୁ ନାହାଁନ୍ତି, ପ୍ରଥମ ପର୍ଯ୍ୟାୟରେ ଶନିବାର ଦିନ ନିଶାକର ପରିବାରକୁ ଭେଟି ଦୁଇଜଣ ବଦାନ୍ୟ ବ୍ୟକ୍ତି ଦେଇଥିବା ଅର୍ଥକୁ ନିଶାକରକୁ ପ୍ରଦାନ କରାଯାଇଛି ମେଡ଼ିସିନ କିଣିବା ପାଇଁ,ଉଦୟ ଲାବଣ୍ୟ କେବଳ ଏକ ମାଧ୍ୟମ ପାଲଟିଛି,ଯଦି ଆପଣମାନେ ନିଶାକରକୁ ସହାୟତା କରିବାକୁ ଚାହୁଁଛନ୍ତି ସିଧାସଳଖ ସହଯୋଗ କରିପାରିବେ କିମ୍ବା ଉଦୟ ଲାବଣ୍ୟ ର ସହଯୋଗ ନେଇପାରିବେ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































