ଗାଡିଆପଡ଼ାରେ ବସ ଦୁର୍ଘଟଣା, ବହୁ ଆହତ
.
ଫୁଲବାଣୀ-(ସୁନୀଲ ପଟନାୟକ) ଆଜି କନ୍ଧମାଳ ଜିଲ୍ଲା ଗାଡି ଆପଡ଼ା ଘାଟିବୁଲାଣି ରେ ଖମ୍ବେଶ୍ଵରୀ ନାମକ ଏକ ବସ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇପଡିବା ଫକରେ ଏଥିରେ ବସିଥିବା ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି ।ଖବର ପାଇ ଖଜୁରୀପଡ଼ା ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
କରିଥିଲେ। ଗୁରୁତର ଆହତମାନଙ୍କୁ ଫୁଲବାଣୀ, ସ୍ଥାନାନ୍ତର କରାଯାଇଛି।ବସଟି ଆଜି ବୁତିମେଣ୍ଡି ଗ୍ରାମ ରୁ ବିବାହ ଉତ୍ସବରେ ଯୋଗଦେବା ପାଇଁ କନ୍ୟା ଯାତ୍ରୀଙ୍କୁ ନେଇ ମାଧପୁର ଆଡ଼କୁ ଯାଉଥିଲା ।
ପୋଲିସ ଏ ନେଇ ଏକ ମାମଲା ରୁଜ୍ଜ କରିବା ସହ ବସ ଜବତ କରିଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































