ଆଠଗଡ ଗଡଜାତ ପରମ୍ପରାରେ ଲାଗିଲା ରୋକ,୨୪ ରୁ ୮ ଦୋଳଯାତ୍ରା ରେ ହୋଇପାରିବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ,ପଞ୍ଚୁଦୋଳ ଯାତ୍ରାରେ ଦଶଗୋଟି ବିମାନ କୁ ମିଳିଲା ଅନୁମତି
ଆଠଗଡ(ଉଲାପ୍ର)ଶହଶହ ବର୍ଷର ଆଠଗଡ ଗଡଜାତର ଐତିହ୍ୟ,ପରମ୍ପରା ରେ ଲଗାଇଲା ପ୍ରଶାସନ ରୋକ,କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଆଠଗଡ ଉପଜିଲାପାଳ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଆଠଗଡ ଗଡଜାତ ରେ ଅନୁଷ୍ଠିତ ହେଉଥିବା ଦୋଳ ଓ ପଞ୍ଚୁଦୋଳ ଯାତ୍ରା ଉପରେ ସରକାରଙ୍କର ଗାଇଡ଼ ଲାଇନ ଅନୁଯାୟୀ ଆଠଗଡ ପ୍ରଶାସନ ଉପଖଣ୍ଡରେ ପର୍ବ ପର୍ବାଣୀ ଉପରେ ରୋକ ଲଗାଇଛି,ଚଳିତବର୍ଷ ବିମାନରେ ୧୦ ଜଣରୁ ଅଧିକ ବିମାନ ବାହକ ଓ ପୂଜକ ଯାଇପାରିବେ ନାହିଁ କିମ୍ବା କୌଣସି ସ୍ଥାନରେ ଯାନିଯାତ୍ରା କୁ ପ୍ରଶାସନ ତରଫରୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି, କୌଣସି ଗ୍ରାମରେ ଯାତ୍ରାପାର୍ଟି କୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି ଆଠଗଡ ଉପଜିଲାପାଳ ପ୍ରକାଶ କରିଛନ୍ତି, ସେହିପରି ଆଠଗଡ ଗଡଜାତ ରେ ଅନୁଷ୍ଠିତ ହେଉଥିବା ଦୋଳଯାତ୍ରା ଫଗୁଦଶମୀ ଠାରୁ ଆରମ୍ଭ ହୋଇ ବାରୁଣୀ ରେ ଶେଷ ହୋଇଥାଏ,ଏହି ଷୋଳଦିନ ଭିତରେ କୌଣସି ସ୍ଥାନରେ ଯାତ୍ରାପାର୍ଟି କୁ ଅନୁମତି ଦିଆଯିବ ନାହିଁ କିମ୍ବା ହୋଲି ଉତ୍ସଭ ସାମୁହିକ ଭାବେ ପାଳନ କରାଯିବ ନାହିଁ ବୋଲି ପ୍ରଶାସନ ନିଷ୍ପତି ନେଇଛି,ଆଠଗଡ ଗଡଜାତର ଐତିହ୍ୟ ଓ ପରମ୍ପରା ପଞ୍ଚୁଦୋଳ ଯାତ୍ରା ଉପରେ ମଧ୍ୟ ପ୍ରଶାସନ
ରୋକ ଲଗାଇଛି, ଆଠଗଡ ବ୍ଲକର ବିଭିନ୍ନ ସ୍ଥାନରୁ ଆଉ ଗୁଡିକ ଯାତ୍ରା କରିବା ପାଇଁ ଆଠଗଡ ଆସିବେ ନାହିଁ,କେବଳ ମୁଖ୍ୟ ଦିଅଁ ସହିତ ଧବଳେଶ୍ବର, ସରପେଶ୍ୱର ଓ ଦଶ ଗୋଟି ବିମାନ ଚଳିତବର୍ଷ ଆଠଗଡ ପଞ୍ଚୁଦୋଳ ଯାତ୍ରାରେ ସାମିଲ ହେବେ ବୋଲି ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯିବା ସହିତ ଯାତ୍ରାକୁ କୌଣସି ଭକ୍ତ ନଆସିବା ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି, ମୋଟାମୋଟି ଭାବେ ଚଳିତବର୍ଷ ଆଠଗଡ ପଞ୍ଚୁଦୋଳ ଯାତ୍ରା ରେ ଜନସଂଖ୍ୟା ଦେଖିବାକୁ ମିଳିବ ନାହିଁ,ଏହି ପ୍ରସ୍ତୁତି ବୈଠକ ରେ ଆଠଗଡ ତହସିଲଦାର ତପନ ଖୁଣ୍ଟିଆ,ବିଡ଼ିଓ ଅରୁଣ ଦାସ,ଆଠଗଡ ଉପଖଣ୍ଡ ଚିକିତ୍ସା ଅଧିକାରୀ ବିଜୟ ମିଶ୍ର,ଦେବୋତ୍ତର କମିଟିର ପରାମର୍ଶଦାତା ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ସାମ୍ବାଦିକ,ଓକିଲ,ବିଭିନ୍ନ ବଜାର କମିଟି ମୁଖ୍ୟ,ପୋଲିସ,ମନ୍ଦିର ପୂଜକ କମିଟି ମୁଖ୍ୟ ପ୍ରମୁଖ ଯୋଗଦେଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































