ଫୁଲବାଣୀରେ ଜଗା, ସ୍ଵତନ୍ତ୍ର ମେଡିକାଲ ଟିମସହ କଟକ ଏସସିବିରୁ ଆସିଲା
.
ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ମଧ୍ୟରୁ ଜଗା ସୋମବାର ଜନ୍ମ ମାଟି ଫୁଲ ବାଣୀ ଆସିଲା l ଏକ ୩ଜଣିଆ ସ୍ୱତନ୍ତ୍ର ମେଡିକାଲ ଟିମ ସହ ଜଗା ଆଜି ରାତିରେ ଫୁଲବାଣୀ ଡାକ୍ତର ଖାନା ରେ ପହଂଚିଥିଲା ।ସେ ସମ୍ପୂର୍ଣ୍ଷ ସୁସ୍ଥ ଥିବା ଜଣା ପଡିଛି lଜଗା କୁ ଆଣିବା ଲାଗି ସୋମବାର ସକାଳୁ ଏକ ଡାକ୍ତରୀ ଟିମ କଟକ ଯାଇଥିଲା l
ଏହି ମେଡିକାଲ ଟିମ କଟକ ବଡ ଡାକ୍ତରଖାନାରେ ପହଞ୍ଚି ଜଗାର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ଯାଞ୍ଚ କରିବା ସହ ସେଠାକାର ଦାୟୀତ୍ଵରେ ଥିବା ବିଶେଷଜ୍ଞ ଙ୍କ ସହ ଆଲୋଚନା କରିଥିଲେ । ସ୍ଥିତି ଅନୁଧ୍ଯ। ନ କରିବାପରେ ଜଗାର ସ୍ୱାସ୍ଥ୍ୟ ଠିକ ଥିବାରୁ ସୋମବାର ଜଗାକୁ କଟକରୁ ଫୁଲବାଣୀ ଆଣଲଯାଇଥିଲା ବୋଲି ମେଡିକାଲ ସୁତ୍ରରୁ ଜଣାପଡିଛି ।
ଜଗାର ରହିବାଲାଗି ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ସମସ୍ତ ସୁବିଧା ଥିବା ଏକ ସ୍ଵତନ୍ତ୍ର କୋଠରୀ ପ୍ରସ୍ତୁତ କରାଯାଇଛି। ସେଠାରେ ୨୪ ଘଣ୍ଟିଆ ଡାକ୍ତରଙ୍କ ତତ୍ତ୍ଵ । ବଧାନରେ ଜଗା ରହିବ। ଡାକ୍ତର ଚିନାର। ସବୁଦ୍ଧିଙ୍କ ନେତୃତ୍ଵରେ ଏକ ଟିମ ଜଗାକୁ ଆଣିବା ପାଇଁ କଟକ ଯାଇଥିବା ନେଇ କନ୍ଧମାଳ, ସିଡିଏମଓ ଡ଼ାରାଜଶ୍ରୀ ପଟନାୟକ କହିଛନ୍ତି । ଜଗାର ରହିବା ପାଇଁ ପରିଷ୍କାର ପରିଛନ୍ନ କରାଯାଇଏକସ୍ଵତନ୍ତ୍ର କେବିନର ବ୍ୟବସ୍ଥା ମଧ୍ୟ କରାଯାଇଛି।
ସୂଚନାଯୋଗ୍ୟଯେ,
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମିଲୁପଡ଼ା ଗ୍ରାମ ର ଭୁୟାଁ କହଁର ଓ ପୁଷ୍ପା ଜଂଳୀ କହଁରଙ୍କ ଏହି ବହୁ ଚର୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ ଗତ ଏପ୍ରିଲ ୯,୨୦୧୫ରେ ଜନ୍ମଗ୍ରହଣ କରିଥିଲେ। ଆଉ ଗତ ଅଗଷ୍ଟ ୨୮ , ୨୦୧୭ରେ ଦିଲ୍ଲି ଏମସରେ ସଫଳ ଅପରେସନ କରି ଉଭୟଙ୍କୁ ଅଲଗା କରାଯାଇଥିଲା । ଅପରେ ସନ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ପ୍ରଦାନ କରିଥିଲେ। ସେହିପରି ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।
ହେଲେ ଅପରେସନ ପରେ କାଳିଆର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଇନଥିଲା
ଆଉ ଡାକ୍ତରମାନଙ୍କ ଶତଚେଷ୍ଟା ସତ୍ଵେ ନଭେମ୍ବର ୨୫ରେ କଟକ ବଡ ଡାକ୍ତରଖାନାରେ କାଳିଆର ମୃତ୍ୟୁ ଘଟିଥିଲା।
ତେବେ ଜଗା ସୁସ୍ଥ ଥିବାରୁ ତାକୁନିଜ ଜନ୍ମ ମାଟି କୁ ଅଣାଯାଇଥିଲାବୋଲି କୁହାଯାଇଛି l ଫୁଲ ବାଣୀ ସଦର ମହକୁମା ଡାକ୍ତରଖାନାରେ ଏକ ଡାକ୍ତରୀ ଟିମ ଜଗାର ନିୟମିତ ଚିକିତ୍ସା କରିବେ ।
 
         
             Odia
 Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































