ଆଠଗଡ ଏନଏସିର ନୂଆ ଠିକଣା,ବିଧାୟକ ରଣେନ୍ଦ୍ରଙ୍କ ସୂର୍ଯ୍ୟଭବନ, ଭତ୍ତା ବାଣ୍ଟି ଚର୍ଚ୍ଚାରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ
ଆଠଗଡ ଏନଏସିର ନୂଆ ଠିକଣା ପାଲଟିଛି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ରାଧାଗୋବିନ୍ଦ ପୁର ବିଜେଡି କାର୍ଯ୍ୟଳୟ ତଥା ସୂର୍ଯ୍ୟ ଭବନ,ଏକଥା ଆମେ କହୁନୁ ଏକଥା କହୁଛନ୍ତି ଆଠଗଡ ର ବିରୋଧୀ ଦଳ ନେତାମାନେ,ମଙ୍ଗଳବାର ଦିନ ଆଠଗଡର ଯୁବ ସଙ୍ଗଠକ ଅଭୟ ବାରିକ ରଥଗଡ଼ା ଛକ ଠାରେ ଥିବା ଦଳୀୟ ଅଫିସ ଠାରେ ଏକ ସାମ୍ବାଦିକ ସମିଳନୀ କରି ଅଭିଯୋଗ କରିଛନ୍ତି ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୁର୍ଯ୍ୟ ଭବନ ପାଲଟିଛି ଦଳୀୟ କାର୍ଯ୍ୟଳୟ, ଗତ କୋଡିଏ ତାରିଖ ଦିନ ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଏବଂ ବଡବାବୁ ନିରଞ୍ଜନ ଦାସ ଏକାଠି ହୋଇ ଦଳୀୟ କର୍ମକର୍ତା ତଥା ପୂର୍ବତନ ନଗରପାଳ,ବିଜେଡି ନଗର
ସଭାପତିଙ୍କ ଉପସ୍ଥିତି ରେ ଦଳୀୟ ଲୋକଙ୍କୁ ଭତ୍ତା ବଣ୍ଟନ କରିଥିବା ଅଭିଯୋଗ କରିଛନ୍ତି ଅଭୟ ବାରିକ,ଆଠଗଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କାହା ପ୍ରରୋଚନାରେ ଏଭଳି ସରକାରୀ କାର୍ଯ୍ୟକ୍ରମ କୁ ଦଳୀୟ ଭିତ୍ତିରେ ଦଳୀୟ ଅଫିସ ରେ ଭତା ବଣ୍ଟନ କଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମ୍ବାଦିକ ସମିଳନୀ ରେ ଉପସ୍ଥିତ ଥିବା ଆଇନଯିବି ଜ୍ଞାନରଞ୍ଜନ ମହାପାତ୍ର,ସଞ୍ଜୟ ସାହୁ,ଟୁକୁ ସାମଲ ପ୍ରଭୁତି ଯୁବ ସଂଗଠନର କର୍ମକର୍ତା ମାନେ,ମଙ୍ଗଳବାର ଅପରାହ୍ନରେ ଅଭୟ ବାରିକ ନିଜ ସଂଗଠନର କର୍ମକତା ସରୋଜ ଦାସ ଙ୍କ ସହିତ ଅନ୍ୟ କର୍ମକର୍ତା ମାନେ ଉପଜିଲାପାଳ ଙ୍କ ଅନୁପସ୍ଥିତ ରେ ଆଠଗଡ ଅତିରିକ୍ତ ଉପଜିଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି,ଯୋଉଥିରେ
ଦର୍ଶାଇଛନ୍ତି ଉପଜିଲାପାଳ ଙ୍କୁ ସାତଦିନ ସମୟ ଦିଆଯାଇଛି,ଉପଜିଲାପାଳ ନିଜେ ଆଠଗଡ ଏ ନ ଏ ସିର ପ୍ରଶାସକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ବିନା ଅଗୋଚଚରେ ଏଭଳି କାମ କେବେ ହୋଇନଥିବ ବୋଲି ଅଭୟ ଅଭିଯୋଗ କରିଛନ୍ତି,ସାତଦିନ ମଧ୍ୟରେ ଆଠଗଡ ଉପଜିଲାପାଳ ଯଦି ଏ ନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଡ଼ବାବୁ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆଠଗଡ ଏ ନ ଏ ସି ଆଗରେ ଯୁବ ସଂଗଠନ ତରଫରୁ ଧାରଣା ଦିଆଯିବା ସହିତ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ କୁସ ପୁତଳିକା ଦାହ କରାଯିବ ବୋଲି ପ୍ରକାଶ କରିଛନ୍ତି ଅଭୟ ବାରିକ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































