ଆଠଗଡ କଂଗ୍ରେସ ଦଳ ତରଫରୁ ଦୋଳଯାତ୍ରା ଓ ପଞ୍ଚୁଦୋଳ ଉପରେ ବନ୍ଧୁ ମିଳନ ଅନୁଷ୍ଠିତ
ଆଠଗଡ(ଉଲାପ୍ର)ଆଠଗଡ ଗଡଜାତ ପରମ୍ପରା,ଐତିହ୍ୟ,ସଂସ୍କୃତି ହେଉଛି ଦୋଳଯାତ୍ରା ଓ ପଞ୍ଚୁଦୋଳ, ଆଠଗଡ ଗଡଜାତ ରେ ଏହି ପରମ୍ପରା କାହିଁ କେଉଁ କାଳରୁ ତଥା ରାଜା ରାଜୁଡା ଶାସନ ସମୟରୁ ଚାଲି ଆସିଛି,ଏହି ପରମ୍ପରା କୁ ଉଜିବିତ ରଖିବା ପାଇଁ ଆଠଗଡ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମା ବଲଭ ରଥ ନିଜ କଂଗ୍ରେସ ପାର୍ଟି ଅଫିସରେ ଆଠଗଡ ରେ ପ୍ରଥମଥର ପାଇଁ ଏକ ବନ୍ଧୁ ମିଳନ ଉତ୍ସଭ ଅନୁଷ୍ଠିତ କରିଥିଲେ,ଏଥିରେ ଆଠଗଡ, ଖୁଣ୍ଟୁଣି ଅଞ୍ଚଳର ସମସ୍ତ ସାମ୍ବାଦିକ ଯୋଗଦେଇ ନିଜନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ,ଆଠଗଡ ର ସାମୁହିକ ଉନତି ପାଇଁ କଂଗ୍ରେସ ନେତା ଉମାବଲଭ ରଥଙ୍କୁ ସମସ୍ତ ସାମ୍ବାଦିକ ମୌଳିକ ସମସ୍ୟା ଗୁଡିକ ଉପରେ ଆଲୋକପାତ କରିବା ସହିତ ଆଠଗଡ ରେ ଆର୍ଟିଓ ଅଫିସ,ଆଠଗଡ କୁ ଜିଲାର ମାନ୍ୟତା ପ୍ରଭୁତି ଦାବି ଗୁଡିକ ଉତଥାପନ କରିଥିଲେ, ଏଥିରେ ଉମାବଲଭ ରଥ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ, ଏହି ବନ୍ଧୁ ମିଳନ ଉତ୍ସଭ ରେ ସାହିତ୍ୟିକ ତଥା ଗବେଷକ ଡ଼ଃ ନାରାୟଣ ପଣ୍ଡା,ସମବାୟ ନେତା ଅଶୋକ ଦାଶ ପ୍ରମୁଖ ଯୋଗଦେଇଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































