ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,ଫଗୁଦଶମୀ ଠାରୁ ଚାଲେ ବାରୁଣୀ ପର୍ଯ୍ୟନ୍ତ ଚାଚେରୀ ଭୋଗ ଖିଆ
ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ପରମ୍ପରା ବଡ଼ ନିଆରା,କାହିଁ କେଉଁ କାଳରୁ ଚାଲି ଆସିଛି ଆଠଗଡ ଗଡଜାତ ରେ ଦୋଳପର୍ବ ଓ ପଞ୍ଚୁଦୋଳ, ଆଠଗଡ ର ତତ୍କାଳୀନ ରାଜା ବିଶ୍ୱନାଥ ଦେବବର୍ମା ଆଠଗଡ କୁ ରାଜବାଟି ଆଣିବା ପୂର୍ବରୁ ପ୍ରଥମେ ନିଜ ଅଞ୍ଚଳରୁ ଅମଳ ହୋଇ ଖମାର ରେ ଭର୍ତ୍ତି ହୋଇଥିବା ଧାନର ଗାଁ ଖମାର ନୂଆଗାଁ ରେ ଫଗୁଦଶମୀ ରେ ଭୋଗ ଖାଇଥାନ୍ତି ରାଧଗୋବିନ୍ଦ, ବିଶ୍ୱନାଥ ଯେହେତୁ ଜଣେ କୃଷ୍ଣ ଭକ୍ତ ଥିଲେ ପ୍ରାୟ ବିଭିନ୍ନ ସ୍ଥାନରେ ଗୋବିନ୍ଦ ମନ୍ଦିର ପ୍ରତିଷ୍ଠା କରିବା ସହିତ ରାଧାଗୋବିନ୍ଦଙ୍କ ନାମରେ ଅନେକ ଗ୍ରାମ ମଧ୍ୟ ପ୍ରତିଷ୍ଠା କରିଛନ୍ତି,ଏହି ଗ୍ରାମରୁ ପ୍ରଥମେ ଯାତ୍ରା ଆରମ୍ଭ ହୋଇ କଖଡ଼ିର ବ୍ରହ୍ମପୁର ଗ୍ରାମରେ ବାରୁଣୀ ରେ ଶେଷ ହୋଇଥାଏ ଆଠଗଡ ର ଦୋଳଯାତ୍ରା,ପରବର୍ତୀ ସମୟରେ ବିଶ୍ୱନାଥ ରାଜା ନିଜ ରାଜବାଟି ଆଠଗଡ ର ଝୁଲଣ ପଡିଆ ନିକଟରେ ପ୍ରତିଷ୍ଠା କରିବା ପରେ ସେଠାରେ ନୂଆ ରାଜବାଟି ପ୍ରତିଷ୍ଠା କରିଥିଲେ ଏବଂ ରାଧାଗୋବିନ୍ଦଙ୍କୁ ବୃନ୍ଦାବନ ରୁ ଆଣି ଏଠାରେ ପ୍ରତିଷ୍ଠା କରି ଦୋଳଯାତ୍ରା ଆରମ୍ଭ କରିଥିଲେ, ସେବେ ଠାରୁ ଆଠଗଡ ରେ ଗଡଜାତର ଏହି ନିଆରା ପରମ୍ପରା ରାଜଭୋଗ ଖିଆ ଓ ଚାଚେରୀ ଭୋଗ ଗଡ଼ ଦିଅଁ ରାଧାଗୋବିନ୍ଦ,ଜଗନ୍ନାଥ, ରଘୁନାଥ,ନୃସିଂହ ଠାକୁର ଘରକୁ ଘର ଯାଇ ଭୋଗ ଖାଉଛନ୍ତି,ଫଗୁଦଶମୀ ରେ ରାଜା ରାଜୁଡା ଶାସନ ଚାଲିଯାଇଥିଲେ ମଧ୍ୟ ଏହି ପରମ୍ପରା ଏବେବି ରାଜଭୋଗ ନାରାୟଣ ମନ୍ଦିର ଠାରେ ପ୍ରଦାନ
କରାଯାଉଛି,ଦିତୀୟ ଦିନରେ ସମସ୍ତ ଗଡ଼ ଦିଅଁ ସାହି ସାହିକୁ ଯାଇ ଚାଚେରୀ ଭୋଗ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଖାଇବେ,ଆଠଗଡ ଗଡଜାତ ରେ ଚତୁର୍ଦ୍ଦଶୀ ର ମଧ୍ୟ ରାତ୍ରିରେ ଗୋପବନ୍ଧୁ ଛକରେ ମେଣ୍ଢାଘର ପୋଡି ଅନୁଷ୍ଠିତ ହେବ,ଏହା ଆଠଗଡ ଗଡଜାତର ଏକ ନିଆରା ପରମ୍ପରା ମଧ୍ୟ,ସବୁଠି ଅଗ୍ନିଉତ୍ସଭ ରେ ଅଗି ଜଳୁଥିବା ବେଳେ ଆଠଗଡ ସହରରେ ଦୋଳ ପୂର୍ଣ୍ଣିମା ପୂର୍ବରାତ୍ରୀ ଚତୁର୍ଦ୍ଦଶୀ ରେ ଅଗି ପୋଡା ଉତ୍ସଭ ବା ମେଣ୍ଢାଘର ପୋଡି ଉତ୍ସଭ ଅନୁଷ୍ଠିତ ହୋଇଥାଏ,ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ଏହି ଚାଚେରୀ ଭୋଗଖିଆ ଚାଲୁଥିବା ବେଳେ ସମସ୍ତ ଉତ୍ସଭ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବବୋଲି ପ୍ରଶାସନ ତରଫରୁ ସ୍ଥିର ହୋଇଛି,ପଞ୍ଚୁଦୋଳ ଯାତ୍ରାକୁ ସମ୍ପୂର୍ଣ ବନ୍ଦ କରାଯାଇଥିବା ବେଳେ କେବଳ ପରମ୍ପରା କୁ ବଜାୟ ରଖିବା ପାଇଁ ଦଶଗୋଟି ବିମାନ କେବଳ ଯୋଗଦେବେ ବୋଲି ପ୍ରଶାସନ ନିଷ୍ପତି ଗ୍ରହଣ କରିଛି,
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































