କଟକ ଜିଲାପାଳ ଆଠଗଡ ପୋଷ୍ୟ ସ୍କୁଲ ରେ ଦେଲେ ମାଟ୍ରିକ ମନ୍ତ୍ର,ବିଶ୍ୱନାଥ ବିଦ୍ୟାପୀଠ ରେ ନିର୍ମାଣହେବ ୪୦ଲକ୍ଷ ଟଙ୍କାରେ ଅତ୍ୟାଧୁନିକ ଶୌଚାଳୟ
ଆଠଗଡ(ଉଲାପ୍ର)କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ଆଠଗଡ ଗସ୍ତରେ ଆସି ନିଜେ ପାଠ ପଢିଥିବା ସ୍କୁଲ ବିଶ୍ୱନାଥ ବିଦ୍ୟାପୀଠ ରେ ଛାତ୍ର ତଥା ସରକାରି ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ମାଟ୍ରିକ ମନ୍ତ୍ର ପ୍ରଦାନ କରିଛନ୍ତି,ଜିଲାପାଳ ଭବାନୀ ଶଙ୍କର ଚୟନି ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କିପରି ଓଏମଆର ସିଟ ପ୍ରସ୍ତୁତି,ପରୀକ୍ଷା ପ୍ରଣାଳୀ,ପରୀକ୍ଷା ଖାତାରେ କେମିତି ଉତର ଲେଖିବେ ସେଥିପ୍ରତି ଛାତ୍ରଛାତ୍ରୀ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ,ଜିଲାପାଳ ଭବାନୀ ଶଙ୍କର ଚୟନି ଯେହେତୁ ଏହି
ବିଶ୍ୱନାଥ ବିଦ୍ୟାପୀଠ ର ପୂର୍ବତନ ଛାତ୍ର ଥିଲେ ସେ ୧୯୭୯ ମସିହା ରେ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ଷଷ୍ଠ ସ୍ଥାନ ଗ୍ରହଣ କରି ସ୍କୁଲର ସୁନାମ ବଢ଼ାଇ ଥିଲେ,ଛାତ୍ରଛାତ୍ରୀ ମାନେ ଆଉ ସମୟକୁ ବରବାଦ ନକରି ପାଠ ପଢିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ,ଏହି କାର୍ଯ୍ୟକ୍ରମ ରେ ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି,ତହସିଲଦାର ତପନ କୁମାର ଖୁଣ୍ଟିଆ,କଟକ ଜିଲ୍ଲା ଶିକ୍ଷା ଅଧିକାରୀ,ଆଠଗଡ ବ୍ଲକ ଶିକ୍ଷା ଅଧିକାରୀ, ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ,ମୋ ସ୍କୁଲର ପୂରାତନ ଛାତ୍ରମାନେ ଯୋଗଦେଇଥିଲେ,ମୋ ସ୍କୁଲ ଅଭିଯାନରେ କଟକ ଜିଲାପାଳ
ବିଶ୍ୱନାଥ ବିଦ୍ୟାପୀଠ ଆଗରେ ଥିବା ସମସ୍ତ ଉଠା ଦୋକାନୀ ମାନଙ୍କୁ ଆସନ୍ତା ଦୁଇ ତାରିଖ ସୁଦ୍ଧା ହଟାଇବା ପାଇଁ ତହସିଲଦାର ଙ୍କୁ ନିର୍ଦେଶ ଦେଇଛନ୍ତି, ସେହିପରି ବିଶ୍ୱନାଥ ବିଦ୍ୟାପୀଠ ପରିସରରେ ଚାଳିଶ ଲକ୍ଷ ଟଙ୍କାରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି,ଏହି କାର୍ଯ୍ୟ ଦୁଇମାସ ମଧ୍ୟରେ ସରିବ ବୋଲି ଠିକାଦାର ସଂସ୍ଥା ପ୍ରକାଶ କରିଛନ୍ତି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































