ଟିକା ବାଲି ଜାତୀୟ ରାଜପଥ ନିକଟରେ ଚାଲିଛି ବେଆଇନ ଗଛ କଟା . ବନବିଭାଗ ଚେଇଁଶୋଇଛି
ଫୁଲ ବାଣୀ_(ସୁନୀଲପଟନାୟକ) ସରକାର ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ଵ ଦେବା ସହ ପ୍ରର୍ଯ୍ୟାପ୍ତ ଅର୍ଥ ଅନୁବାନ ମଧ୍ୟ ବନ ବିଭାଗକୁ ଦେଉଛନ୍ତି । ହେଲେ କିଛି ବନବିଭାଗ ଅଫିସର ଓ ବନ କର୍ମଚାରୀମାନଙ୍କ ଅବହେଳା,ଦାୟିତ୍ଵ ହିନ ତା’, ଦୁର୍ନିତୀ ପୂର୍ଣ୍ଣମନୋଭାବ ଯୋଗୁଁ କେଉଁଠି ଜଙ୍ଗଲ ରେ ନିଆଁଲାଗୁଛି ତ ଆଉ କେଉଁଠି ରାସ୍ତାକଡ଼ରୁ ଗଛ ସବୁ କଟାଯାଉଛି।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ବନଖଣ୍ଡ ଅଧିନ ସ୍ତ ଜି.ଉ ଦୟଗିରି ଜଙ୍ଗଲ ବିଭାଗ ରେ ଜଂ ଅଧିନ ଟିକା ବାଲି ନିକଟ ଡ଼ୁଙ୍ଗି ସେବାଶ୍ରମ ନିକଟରେ। ସେଠାରେ ଥିବା ଅନେକ ମୂଲ୍ୟବାନ ଗଛ ସବୁ କୁଆଡେ କଟାଯାଇ ଗାଡିରେ ଚାଲାଣ ହେଉଥିବା ଦେଖାଯାଉଛି । ଫଳରେ ସାଧାରଣରେ
ଅସନ୍ତୋଷ ପ୍ରକାଶ ପାଇଛି ।
ରାସ୍ତାକଡ଼ରୁ ମୂଲ୍ୟବାନ ଗଛ ସବୁ କିଏ କାହିଁକି ଓ କାହା ଅନୁମତିରେ କାଟି ସଫା କରିଛି ବୋଲି ବରୀଷ୍ଠ ବିଜେପି ନେତା କମଳ।କାନ୍ତ ପାଣ୍ଡେ ଅଭିଯୋଗ କରି ଛନ୍ତି ।
ଏନେଇ ଶ୍ରୀ ପାଣ୍ଡେ ଫୁଲବାଣୀବନଖଣ୍ଡ ଅଧିକାରିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ନ ହେବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ବା ସହିତ ଏଥିରେ ସଂପୃକ୍ତ ଦୋଷୀ କର୍ମଚାରିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।
ଜି ଉଦୟଗିରି ବନ ଅଧିକାରୀଙ୍କ ଅବହେଳା ଓ ଦାୟୀତ୍ ହୀନତା ଯୋଗୁଁ ଅଞ୍ଚଳର ସବୁ ଜଙ୍ଗଲଜଳିବା ସହ ମୁଲ୍ୟ ବାନଗଛମଧ୍ଯ ପଦା ହେବାରେ ଲାଗିଛି ବୋଲି ବିଜେପି ନେତାପାଣ୍ଡେ ଅଭିଯୋଗ କରିଛନ୍ତି ।
ତେବେ ଏନେଇ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ସେ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।
ହେଲେ ବନବିଭାଗ ପଦସ୍ଥ ଅଧିକାରୀ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାର କଥା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































