ସହଯୋଗ ରହିଲେ ଶିଶୁ ମାନଙ୍କପ୍ରତି ହେଉଥିବା ନିର୍ଯ୍ୟାତନା ରୋକି ହେବ
ଫୁଲବାଣୀ- (ସୁନୀଲ ପଟନାୟକ) ଦିନକୁ ଦିନ ଶିଶୁମାନଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧିପାଉଛି ଯାହାକି ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି ଏଣୁ ସମସ୍ତଙ୍କ ଆନ୍ତରୀକ ସହଯୋଗ ରହିଲେ ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟ ।ତନା ରୋକି ହେବ ବୋଲି ପିପୁଲ ସ କଲ୍ଚରାଲ
ସେଣ୍ଟର, ଭୁବନେଶ୍ଵର ଓ ସାହାରା କନ୍ଧମାଳ ସହ ଯୋଗରେ ଫୁଲବାଣୀଠାରେ ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବରୀଷ୍ଠ ଆଇନଜିବୀ ବିଜୟ ପଟନାୟକ, ସାମ୍ବାଦିକ ସଦାଶିବ ପାତ୍ର, ପ୍ରଶାନ୍ତ ବେହେରା ପ୍ରମୁଖ ମତବ୍ୟକ୍ତ କରିଥିଲେ । ଶିଶୁପ୍ରତି ହେଉଥିବା ଯୌନ ନିର୍ଯ୍ୟ । ତନା ,ବାଲ୍ୟ
ବିବାହ,ଶିଶୁ ଚାଲାଣ , ଶିଶୁ ଶ୍ରମିକକୁ ରୋକିବା ଦିଗରେ ସମସ୍ତେ ଉଦ୍ୟମ କରିବା ଜରୁରୀ।
ଏହି ଅବସରରେ ଜିଲ୍ଲା ର ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ସେହିପରି ବ୍ୟାପକ ଜନ ସଚେତନତାର ମଧ୍ୟ ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ସେହିପରି ଶିଶୁ ନିର୍ଯ୍ୟାତନା ସଂର୍ପକିତ ଖବର ଆଇନ ପରିସର ମଧ୍ୟରେ ରହି କିଭଳି ପ୍ରକାଶ କରାଯିବ ସେ ନେଇ ରହିଥିବାବିଭିନ୍ନ କଟକଣା ଉପରେ ଆଲୋଚନା ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଆୟୋଜନ କରିଥିବା ସଂଗଠନଗୁଡିକର କର୍ମ କର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
        
            
 Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































