ଚକାପାଦ ବ୍ଲକରେ କୃଷି ସଚେତନତା ରଥ ଶୁଭାରମ୍ଭ
ଫୁଲ ବାଣୀ(ସୁନୀଲ ପଟନାୟକ)
କୃଷକମାନଙ୍କ ଉନ୍ନତିପାଇଁ ସରରକାରଙ୍କ ବିଭିନ୍ନ ଯୋଜନା ରହିଛି । ତେବେ ତନତା ଅଭାବରୁ କୃଷକ ମାନେ ଏହାର ଫାଇଦା ଉଠାଇ ପାରୁନାହାନ୍ତି । ଫଳରେ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁନି । ଫଳରେ ଗାଁକୁ
ଗାଁ ବୁଲି ଚାଷୀ ମାନଙ୍କୁ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ଅବଗତ କରିବା ସହ ସଚେତନ କରିବାପାଇଁ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଳକରେ ବୁଧବାର କୃର୍ଷି ରଥ ସାଙ୍ଗକୁ ପଥ ପ୍ରାନ୍ତ ନାଟକକୁ କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ ମୁଖ୍ୟ ଅତି ଥିଭାବେ ଯୋଗଦେଇଥିବାବେଳେ ଜିଉ ଦୟଗିରି କୃଷି ଅଧିକାରୀ ଅଜୟ ପରୀଡ଼ା ସମ୍ମାନିତ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି ରଥ ପ୍ରତି ପଞ୍ଚାୟତ, ବ୍ଲକ । ଜନ ଗହଳୀ ପୂର୍ଣ୍ଣ ସ୍ଥାନମାନଙ୍କରେ ବୁଲି ପ୍ରଚାର କରିବ ଫଳରେ ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଜାଣିପାରିବେ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶତପଥି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଚକାପାଦ ବ୍ଲକ କୃର୍ଷି ଅଧିକାରୀ ହେମନ୍ତ କୁମାର ଦାସ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ ମହାପ।ତ୍ର, ବିଟିଏମରା 6 ଧରମଣ ଶର୍ମ ।। ଏଟିଏମ ସାରଦା ଦାସ, ସନ୍ତୋଷବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।.
ସେହିପରି କାର୍ଯ୍ୟକ୍ରମରେ ଚକାପାଦ ବ୍କକ ଅଧ୍ୟକ୍ଷ ପ୍ରଭ ଜଂନ କହଁର, ସମସ୍ତ ସରପଞ୍ଚ । ସମିତି ସଭ୍ୟ ଜିଲ୍ଲାପରିଷଦ ସଭ୍ୟ ରଂଜନ କହଁର ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କୁ
ଉତ୍ସାହିତ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































