ରାଣିବଣିଆ ଜଙ୍ଗଲରେ ଦନ୍ତାହାତୀର ମୃତୁ,ପନ୍ଦରଦିନ ତଳୁ ଦନ୍ତାହାତୀ ମରିଥିଲେ ମଧ୍ୟ ବନବିଭାଗ ଖବର ପାଇଲାନାହିଁ କେମିତି,କିଛି ରହସ୍ୟ ଲୁଚିଛି କି?
ଖୁଣ୍ଟୁଣି(ଉଲାପ୍ର)ସାରା ଦେଶରେ ହାତୀ ମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ର ଅନୁଦାନ ବନ ବିଭାଗ କୁ ଆସୁଥିବା ବେଳେ ଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ୮୪୦ ରୁ ଅଧିକ ହାତୀଙ୍କ ମୃତୁ ହୋଇଥିବା ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭା ରେ ପ୍ରକାଶ କରିଛନ୍ତି, କାମ୍ପା ଫଣ୍ଡ ଜରିଆରେ ହାତୀମାନଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଆସୁଥିବା ବେଳେ ତାହା କେତେ ଦୂର ହାତୀମାନଙ୍କ ସୁରକ୍ଷାରେ ଲାଗିପାରୁଛି ତାହା ଆପଣମାନେ ଭଲକରି ଜାଣିପାରୁଥିବେ,କୋଉଠି ଜଙ୍ଗଲ ଥିଲେ ପୋଖରୀ ନାହିଁ,ପୋଖରୀ ଥିଲେ ଜଙ୍ଗଲ ନାହିଁ ଏମିତି ନାହିଁ ନାହିଁ ରେ ଚାଲିଛି ବନବିଭାଗ,ଦୀର୍ଘ ପନ୍ଦରଦିନ ତଳୁ ଏକ ଦନ୍ତା ହାତୀ ମରିଥିଲେ ମଧ୍ୟ ଖୁଣ୍ଟୁଣି ବନବିଭାଗ କେମିତି ଜାଣିପାରିଲା ନାହିଁ, ଦନ୍ତାହାତୀ ମରି ପଚି ଶଢୀ
ଯିବାପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଆଠଗଡ଼ ବନଖଣ୍ଡ ରେ। ଘଟଣା ଘଟିଛି ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ରେଞ୍ଜ ର ରାଣୀ ବଣିଆ ଜଙ୍ଗଲରେ, ଦୀର୍ଘ ୧୦ଦିନ ତଳୁ ହାତୀ ଟି ମରି ପଚିଶଢ଼ୀ ଯାଇଥିଲା, ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଏ ସମ୍ପର୍କରେ ବନବିଭାଗକୁ ଖବର ଦେବାରୁ ମଙ୍ଗଳବାର ଦିନ ଅପରାହ୍ନରେ ତରବରିଆ ଭାବରେ ଆଠଗଡ଼ ଡ଼ି ଏ ଫ ଓ ସୁଦର୍ଶନ ଗୋପୀନାଥ ଯାଦବ ଖୁଣ୍ଟୁଣୀ ରେଞ୍ଜର ଗଜେନ୍ଦ୍ର ମାଥୁର ନିଜ କର୍ମଚାରୀ ଙ୍କ ସହ ଜେସିବି ମେସିନ ଲଗାଇ ହାତୀ ଟିକୁ ପୋତି ଦେଇଛନ୍ତି।ଘଟଣା ସ୍ଥଳରେ ପ୍ରାଣୀ ଚିକିତ୍ସକ ସୁଶାନ୍ତ କୁମାର ବେହେରାଙ୍କ ତତ୍ୱାବଧାନ ରେ ମୃତ ହାତୀ ଟି ର ପୋଷ୍ଟମର୍ଟମ କରାଯାଇ ସାମ୍ପଲ କୁ ଭୁବନେଶ୍ୱର ପରୀକ୍ଷା ଗାରକୁ ପଠାଯାଇ ଥିବା କହିଛନ୍ତି ଆଠଗଡ଼ ଡ଼ି ଏ ଫ ଓ ।ହାତୀ ଟିର ବୟସ ୪୦ରୁ ଉର୍ଦ୍ଧ ବୋଲି ବନ ବିଭାଗ କହୁଥିଲା ବେଳେ ଏବେ ମଧ୍ୟ ମୃତ୍ୟୁ ର କାରଣ ଅସ୍ପଷ୍ଟ ଅଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ମୃତ୍ୟ ର କାରଣ।ତେବେ ଏଠି ପ୍ରଶ୍ନ ଉଠେ ୧୦ଦିନ ତଳେ ଯଦି ହାତୀଟିର ମୃତ୍ୟୁ ହୋଇଛି ବୋଲି ବନ ବିଭାଗ କହୁଛି ତେବେ ଖୁଣ୍ଟୁଣୀ ରେଞ୍ଜର କେମିତି ଜାଣି ପାରିଲେ ନାହିଁ ଏତେ ବଡ଼ ଘଟଣା ଘଟିଗଲା? ଯଦି ବି ହାତୀ ଟି ମରିଯାଇଛି ତେବେ ଗଣମାଧ୍ୟମ କୁ ଲୁଚାଇ ତରବରୀଆ ଭାବରେ ପୋତି ଦେବାର କାରଣ କଣ? ରାଜ୍ୟ ସରକାର ଖୁଣ୍ଟୁଣୀ ରେଞ୍ଜର ଙ୍କ ଉପରେ କଣ ନେଉଛନ୍ତି କାର୍ଯ୍ୟାନୁଷ୍ଠାନ। କେମିତି ମଲା ହାତୀ ଟି ଏହି ଜଙ୍ଗଲ ରେ ତାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ଆଠଗଡ଼ ବନଖଣ୍ଡ ରେ
।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































