ଆଠଗଡ଼ ଉପଖଣ୍ଡ ରେ ଦୁଇ ପୋଲିସ କର୍ମଚାରୀ ସମାନ୍ନିତ
ଆଠଗଡ(ଉଲାପ୍ର)ରାଜ୍ୟରେ ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସଫଳତାର ସହ ରାଜ୍ୟ ପୋଲିସ ବିଭାଗ ରେ ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି ଦୁଇ ପୋଲିସ ଜର୍ମଚାରି, ନିଜେ କରୋନା ସଂକ୍ରମିତ ହୋଇ ମଧ୍ୟ ମହାମାରୀକୁ ବାଜିମାତ କରି ଅନ୍ୟ ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରି ଚର୍ଚ୍ଚାରେ ଆଠଗଡ଼ ଉପଖଣ୍ଡର ଦୁଇ ପୋଲିସ ଅଧିକାରୀ ,ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଙ୍କ ଠାରୁ କଟକ ଗ୍ରାମାଞ୍ଚଳ ଏସପି ଙ୍କ ମାଧ୍ୟମରେ ସମାନ୍ନିତ ହୋଇଛନ୍ତି ବଡମ୍ବା ଥାନା ଅଧିକାରୀ ଓ ଆଠଗଡ ଥାନାର ଜଣେ ପୋଲିସ କର୍ମଚାରି,ଉତ୍କଳ ଦିବସ ଅବସରରେ କଟକ ଗ୍ରାମାଞ୍ଚଳ ଏସ ପି ଯୁଗଳ କିଶୋର କୁମାର ବନୋଥ କଟକ ଜିଲ୍ଲାରେ ୫ଜଣ ପୋଲିସ ଅଧିକାରୀ ଙ୍କୁ ସମାନ୍ନିତ କରିଥିବା ବେଳେ କଟକ ଜିଲ୍ଲା ବଡ଼ମ୍ବା ଥାନା ର ଆଇଆଇସି ପ୍ରଭାତ କୁମାର ମଲ୍ଲିକ, ଏବଂ ଆଠଗଡ଼ ଥାନା ର କନେଷ୍ଟବଳ ବିଜୟ କୁମାର ବେଉରା ଙ୍କୁ ସମାନ୍ନିତ କରାଯାଇଛି। ଏହି ଦୁଇ ପୋଲିସ ଅଧିକାରୀ ଙ୍କୁ ରାଜ୍ୟ ସରକାର ସମାନ୍ନିତ କରିଥିବାରୁ ଆଠଗଡ଼ ଉପଖଣ୍ଡ ରେ ପୋଲିସ କର୍ମଚାରୀ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଅଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































