କଂଗ୍ରେସ କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ରାଜୀବ ଗାନ୍ଧୀ ପଚାୟତିରାଜ ସଂଗଠନ ବୈଠକ ଅନୁଷ୍ଠିତ
ଆଠଗଡ଼ (ଉଲାପ୍ର)ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ କଟକ ଜିଲ୍ଲା ସ୍ତରୀୟ ବ୍ଲକ ଏବଂ ଆଞ୍ଚଳିକ ସଂଯୋଜକ ମାନଙ୍କ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କଟକ ଜିଲ୍ଲା ଜୋନ ସଂଯୋଜକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ନେତୃତ୍ୱରେ କଟକ ଜିଲ୍ଲା ସଂଯୋଜକ ନିରଞ୍ଜନ ଲେଙ୍କାଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଆରଜିପିଆରଏସ ର ଓଡିଶା ପ୍ରଭାରୀ କୁନାଲ ବାନାର୍ଜୀ ଯୋଗଦେଇ ସଂଗଠନ ର ଆଭିମୁଖ୍ୟ
ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।ଏଥି ସହିତ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଗ୍ରାମାଞ୍ଚଳ ରେ ରହୁଥିବା ପ୍ରତିଟି ଜନସାଧାରଣ ଙ୍କ ନିକଟ ରେ ପହଞ୍ଚାଇ ସେମାନଙ୍କ ସମସ୍ୟା କୁ ନିଃସ୍ୱାର୍ଥପର ଭାବେ ସମାଧାନ କରିବାପାଇଁ ଏହି ସଂଗଠନ ର ମୂଳ ଲକ୍ଷ୍ୟ ବୋଲି ଆହ୍ୱାନ ଜଣାଇଥିଲେ ।ଗାନ୍ଧିଜୀଙ୍କ ବିଚାର ଧାରା ରେ ନିର୍ମାଣ ହୋଇଥିବା କଂଗ୍ରେସ ଦଳର ବିଚାର ଧାରାରେ ରାଷ୍ଟ୍ରନିର୍ମାଣ କରିବା ପାଇଁ ପ୍ରତିଟି ପଂଚାୟତ ସ୍ତରରେ ଜନସମ୍ପର୍କ ଆବଶ୍ୟକ ବୋଲି ଏହି ଅବସରରେ ଆଲୋଚନା କରାଯାଇଥିଲା ।ଅନ୍ୟତମ ଅତିଥି ଭାବେ ଆରଜିପିଆରଏସ ର ଓଡିଶା ରାଜ୍ୟ ସଂଯୋଜ ସୁଦର୍ଶନ ଦାସ ଯୋଗଦେଇ ଉପସ୍ଥିତ ବ୍ଳକ ସଂଯୋଜକ ମାନଙ୍କୁ ସଂଗଠନ ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଯୋନ ସ୍ତରରୁ
ସଂଗଠନକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟକର୍ତା ମାନଙ୍କୁ ଉପଦେଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କନଭେନର ବିଜୟ ପ୍ରଧାନ,ସାଲେପୁର ବ୍ଲକ ସଂଯୋଜକ ଦୀପକ ଭୂୟାଁ,ଟାଙ୍ଗି ବ୍ଲକ ସଂଯୋଜକ ତ୍ରିନାଥ ମଲ୍ଲିକ,ନିଶ୍ଚିନ୍ତକୋଇଲି ବ୍ଲକ ସଂଯୋଜକ ଅକ୍ଷୟ ମିଶ୍ର,ଆଠଗଡ଼ ବ୍ଲକ ସଂଯୋଜକ ଅଶୋକ ଦାସ,ତିଗିରିଆ ବ୍ଲକ ସଂଯୋଜକ ସରୋଜ ଦାସ,ନରସିଂହପୁର ବ୍ଲକ ସଂଯୋଜକ ସୁର ନାରାୟଣ ବାରିକ,ବାଙ୍କୀ ବ୍ଲକ ସଂଯୋଜକ ଲଷ୍ମୀ ନାରାୟଣ ଦେବତା,ବାଙ୍କୀ ଏନଏସି ସଂଯୋଜକ ଅମୀୟ କୁମାର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































