କୋଭିଡ କଟକଣା ମଧ୍ୟରେ ଆଠଗଡ ଐତିହାସିକ ପଞ୍ଚୁଦୋଳ ଯାତ୍ରା ସମ୍ପନ୍ନ, ଯାତ୍ରାରେ ଯୋଗଦେଲେ ଦଶ ଗୋଟି ବିମାନ
ଆଠଗଡ(ଉଲାପ୍ର)ଆଠଗଡ ର ଐତିହାସିକ ପଞ୍ଚୁଦୋଳ ଯାତ୍ରା କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି,କୋଭିଡ କଟକଣା କୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଠଗଡ ପ୍ରଶାସନ ପଞ୍ଚୁଦୋଳ ଯାତ୍ରା କୁ ବନ୍ଦ ରଖିଥିବା ବେଳେ କେବଳ ପରମ୍ପରା ରକ୍ଷା ଅନୁଯାୟୀ ଆଠଗଡ ଗଡର ଆଠଗୋଟି ବିମାନ ସହିତ ଧବଳେଶ୍ବର ଓ ସରପେଶ୍ୱର ଙ୍କୁ ଅନୁମତି ମିଳିଥିଲା ଏହି ପଞ୍ଚୁଦୋଳ ଯାତ୍ରାକୁ,କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ପ୍ରଶାସନ ପଞ୍ଚୁଦୋଳ ଯାତ୍ରା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିବା ବେଳେ ବିମାନ ଯାତ୍ରା ବେଳେ କୌଣସି ବାଜା,ବାଣ, ଲଉଡ଼ି ଖେଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା,ଯାହା ଫଳରେ ଚଳିତବର୍ଷ ଆଠଗଡ ଐତିହାସିକ ପଞ୍ଚୁଦୋଳ ଯାତ୍ରା ପୁରା ଫିକା ପଡିଯାଇଛି,ପ୍ରଶାସନ ର ଆଗୁଆ ପଦକ୍ଷେପ ଯୋଗୁ ଆଠଗଡ ସହରକୁ ଗ୍ରାମାଞ୍ଚଳରୁ କୌଣସି ଲୋକ ମଧ୍ୟ ଆସି ନଥିଲେ,ଯାହା ଫଳରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ଦୁର୍ଗାବଜାର ଦୋଳମଣ୍ଡପ ରେ ବିରାଜମାନ କରିଛନ୍ତି ରାଧାଗୋବିନ୍ଦ,ଜଗନ୍ନାଥ, ରଘୁନାଥ,ନୃସିଂହ,ଧବଳେଶ୍ବର, ସରପେଶ୍ୱର,କାଶୀ ବିଶ୍ୱନାଥ,ସ୍ବପନେଶ୍ୱର ପ୍ରଭୁତି ଠାକୁର ମାନେ,ଆସନ୍ତାକାଲି ଆଠଗଡ ର ହୋଲି ଉତ୍ସଭ ଥିବାରୁ କୋଭିଡ କଟକଣା ମଧ୍ୟରେ ଘରେ ରହି ହୋଲି ଖେଳିବାକୁ ପ୍ରଶାସନ ତରଫରୁ ଅନୁମତି ଦିଆଯାଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ଉପରେ ପ୍ରଶାସନ କଟକଣା ଲଗାଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































