ପୋଲିସ ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ
ଫୁଲ ବାଣୀ_(ସୁନୀଲପଟନାୟକ)
ପୋଲିସ ପ୍ରତି ଜନ ସାଧାରଣଙ୍କର ଭରସା ରହିଛି ସେହି ଭରସା ଯେପରି ଅଧିକ ସୁଦୃଢ ହେବ ଆଉ ଲୋକଙ୍କ ଧନଜୀବନଯେପରି ସୁରକ୍ଷିତ ରହିବ ସେଥିପ୍ରତି ପୋଲିସ ସର୍ବଦା ନିଷ୍ଠା ଓ ଆନ୍ତରୀକତାର ସହ ସେବା ମନୋବୃତି ରଖି କାର୍ଯ୍ୟ କରିବାଲାଗି ଫୁଲ ବାଣୀ ସଦର ମହକୁମାପୋଲିସ ରିଜର୍ଭପଡିଆଠାରେ ପୋଲିସ ପ୍ରତିଷ୍ଠା ଦିବସରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କ ନ୍ଧ ମାଳ ଏସ ପି
ଭି ନିତ ଅଗ୍ରୱାଲ ମତବ୍ୟକ୍ତ କରିଥିଲେ।
ସେହିପରି ଜିଲ୍ଲାପାଳ ଡ଼ାବୃନ୍ଦାଡି ସମ୍ମାନିତ ଅତିଥିଭାବେ ଯୋଗଦେଇ ପୋଲିସ ସର୍ବଦା ଜନ ସାଧାରଣ ଙ୍କ ଆସ୍ଥାଭାଜନ ହେବାପାଇଁ ଉଦ୍ୟମ କରିବା. ଜରୁରୀ ବୋଲି କହିଥିଲେ।
ଏହି ଅବସରରେ ୨୦୧୯ ୨୦ ଓ ୨୦୨୦ – ୨୧ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା।
୨୦୧୯ /୨୦ବର୍ଷ ପାଇଁ ବେଷ୍ଟ ସବଇନସପେକ୍ଟର ଭାବେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଣଜିତ କୁମାର ମୁନୀ ,ବେଷ୍ଟ ଏ.ଏସଆଇ ଭାବରେ ରବୀ ଚନ୍ଦ୍ରଲାହାରି ଆ,
ବେଷ୍ଟ ହାବିଲଦାର ଭାବେ ମାନସ ରଂଜନ ପଟନାୟକ, ବେଷ୍ଟ ଓ ଆରକନେଷ୍ଟବଲ୍ ଅଗସ୍ତି ପାତ୍ର, ବେଷ୍ଟଏପିଆର କନେଷ୍ଟବଳ ଲିଙ୍ଗରାଜ ସାହୁ ଙ୍କୁ ସମ୍ମାନିତ କରାଯାଇଥିବାବେଳେ ୨୦୨୦/୨୧ ବର୍ଷ ପାଇଁ ବେଷ୍ଟ ସବଇନସପେକଟର ତୁମୁଡିବନ୍ଧ ଥାନା ଅଧିକାରୀବାବା ଶଙ୍କର ସରାଫ,ଙ୍କୁ ପୁରସ୍କୃତ କରାଯାଇଥିବାବେଳେ ବେଷ୍ଟଏଏସଆଇ ପ୍ରମୋଦ କୁମାରଦୀପ, ବେଷ୍ଟ ହାବିଲଦାର ବିପ୍ରଚରଣବିଷୋୟୀ, ବେଷ୍ଟ ଓ ଆର କନେଷ୍ଟବଳ ପ୍ରଭାତ କୁମାର କହଁର,ବେଷ୍ଟ ଏପିଆର କନେଷ୍ଟବଳ ଦେବ ଜ୍ୟୋତିପାତ । ଲସିଂହ, ଙ୍କୁ ପୁରସ୍କୃତ କରାଯାଇଥିଲା
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବି ପିନ ବିହାରୀ ବେହେରା । ।ସୁରେଶ ଚନ୍ଦ୍ର ଜେନା, ଡେପୁଟି କମାଣ୍ଡ ।ଣ୍ଟ ସନ୍ତେ।ଷ କୁମାର ଦ ଣ୍ଡସେନା, ଡିଏସପି କେ ପି ପଟନାୟକ, ନିରଜଂନପାଢି, ଏସଡିପିଓ ସଦର ମହେନ୍ଦ୍ରନାଥ ମୁର୍ମୁ, ଇନସପେକ୍ଟର ତିରୁପତି ଚୈଧୁରୀ,ସମୀର କୁମାର ରାଉତ, ଓ ଆରଆଇ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସେହିପରି ପ୍ୟାରେଡ଼ କମାଣ୍ଡାଣ୍ଟ ସ୍ଵରାଜ ଦେବତା, ଓ ସରୋଜ କୁମାର ବେହେରା ପ୍ରମୁଖ ପ୍ୟାରେଡ଼ କୁ ସୁନ୍ଦରପରିଚାଳନା କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































