ଫୁଲବାଣୀ ଡାକ୍ତରଖାନା ପରିସରରେ ବିଦ୍ୟୁତ ଟ୍ରାନସ୍ଫରମର ଜଳି ଗଲା
ଫୁଲବାଣୀ-(ସୁନିଲ ପଟନାୟକ ) ଶୁକ୍ରବାର ସମୟ ଥିଲା ଅପରାହ୍ନ ୩ଟା ।
ହଠାତ ଦେଖୁ ଦେଖୁ ହୃତ ହୃତ ହୋଇ ଜଳି ଗଲା ଫୁଲ ବାଣୀ ସଦର ମହକୁମା ପରିସରରେ ଥିବା ଏକ ବିଦ୍ୟୁତ ଟ୍ରାନସଫରମର । ତେବେ ପାଖରେ ଦୋକାନ ଥିଲେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ହେଲେ ଲୋକେ ଟ୍ରାନସଫରମର ଜଳୁଥିବା ଦେଖି ଭୟଭୀତ ହୋଇ ପଡିଥିଲେ। ଏନେଇ ପ୍ରଥମେ ବିଦ୍ୟୁତ ବିଭାଗକୁ ଫୋନ କଲେ ମଧ୍ୟ କର୍ମଚାରୀ ପହଞ୍ଚିବାରେ ବିଳମ୍ୱ ହେବା ଫଳରେ ସମାଜସେବୀ ଭି ଲୋକନାଥ ରାଜୁ, ଅଗ୍ନିଶମ ବିଭାଗ କୁ ଫୋନ କରିଥିଲେ।ତତକ୍ଷଣାତ ସେମାନେ ନିଆଁକୁ ଆୟତ କରିଥିଲେ ମଧ୍ୟ ଟ୍ରାନ୍ସଫରରଟି ସଂପୂର୍ଣ୍ଣ ପୋଡି ଛାରଖାର ହୋଇଯାଇଥିଲା।
ଟ୍ରାନସଫରମର ପୋଡିଯିବା ଫଳରେ ସଦର ମହକୁମା ଡାକ୍ତରଖାନାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।
ବିଦ୍ୟୁତ ବିଭାଗ କୁ ଆଡେ ରକ୍ଷଣାବେକ୍ଷଣ ଠିକ ଭାବେ କରୁନଥିବା ସାଙ୍ଗକୁ ନିମ୍ନମାନର ଯନ୍ତ୍ରପାତୀ ଲଗାଇ ବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହେଇଥିବା ଲୋକେ ଅଭିଯୋଗ କରିଛନ୍ତି ।
ବିଦ୍ୟୁତ ବିଭାଗ ଯୁଦ୍ଧକାଳୀନ ପରିସ୍ଥିତିରେ ମରାମତି ଆରମ୍ଭ କରିଥିବା ବିଦ୍ୟୁତ ବିଭାଗ କହିଛି। କଣ ପାଇଁ ଓ କେଉଁ ପରିସ୍ଥିତିରେ ଟ୍ରାନସଫରମର ରେ ନିଆଁ ଲାଗିଲା ତଦନ୍ତ ପରେ ଜଣାପଡିବ ବୋଲି ବିଦ୍ୟୁତ ବିଭାଗ ଅଧିକାରୀ କହିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































