ମା ଓ ବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ, ବହୁ ମାଓ ସାମଗ୍ରୀ ଜବତ
ଫୁଲ ବାଣୀ-( ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଲମ୍ପରା ଗ୍ରାମ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ମଙ୍ଗଳବାର ଏସ.ଓଜି ଓ ଡିଭିଏଫ ଜବାନମାନେ ମିଳିତ
କମ୍ବିଙ୍ଗ ଅପରେସନ କରୁଥିବାବେଳେ ମା ଓ ବାଦୀଙ୍କୁ ଦେଖି ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ କହିଥିଲେ। ହେଲେ ନଶୁଣି ମାଓବାଦୀମାନେ ପ୍ରଥମେ ଗୁଳି
ଚଳାଇଥିଲେ। ଫଳରେ ସୁରକ୍ଷ। କର୍ମୀ ମାନେ ମଧ୍ୟ ପାଲଟା ଗୁଳି ଚଳ।ଇବା ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହୋଇଥିଲା।
ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମା ଓ ବାଦୀ ମାନେ ଚମ୍ପଟ ମାରିଥିଲେ। ତେବେ ସୁରକ୍ଷାକର୍ମୀମାନେ ବହୁ ମାଓ ସାମଗ୍ରୀ ମାନ ଜବତ କରିଥିଲେ। ଜବତ ସାମଗ୍ରୀ ମଧ୍ୟରେ ରହିଛି ବେଟେରୀ , ତାର , ଚାର୍ଜ ଲାଇଟ, ସୋଲାର ପ୍ଳେଟ, ବାସନକୁସନ,କିଟବ୍ୟାଗ, ବେଲଟ, ମାଓ ପୋଷ। କ’, ଲିଫ ଲେଟସ,,ମେଡିସିନ ଆଦି ଅନେକ ମା ଓ ସାମଗ୍ରୀ ଜବତ କରିଥିବା କଥା କନ୍ଧମାଳ ଏସପି ବିନିତ ଅଗ୍ରୱାଲ ସାମ୍ବାଦିକଙ୍କୁ ବୁଧବାର ସୂଚନା ଦେଇଛନ୍ତି ।
କନ୍ଧମାଳରେ ମାଓ ସଂଗଠନ ଦୁର୍ବଳ ହୋଇଯାଇଛି ଓ ପୋଲିସ ମାଓ ସଂଗଠନ ଉପରେ ସତର୍କ ନଜର ରଖିଥିବା ଏସପି କହିଛନ୍ତି ।
ଛତିଶଗଡ଼ର ବିଜାପୁର-ସୁକୁମାରେ ମାଓବାଦୀ ମାନଙ୍କ ଆକ୍ରମଣରେ ୨୨ଜବାନସହୀଦ ଘଟଣା ପରେ ସେଠାରେ କମ୍ବି ଅପରେସନ ଯୋରଦାର ହେବା ଫଳରେ କାଳେ ମାଓବାଦୀମାନେ ଓଡ଼ିଶା ଭିତରକୁ ପ୍ରବେଶ କରିବେ ସେ ନେଇ ପୋଲିସ ସତର୍କ ଦୃଷ୍ଟି ରଖିବା ସହ ସୀମାନ୍ତ ଅଞ୍ଚଳରେ କମ୍ବି ଅପରେସନକୁ ମଧ୍ୟ ଯୋରଦାର କରିଥିବା ଜଣାପଡିଛି।
 
         
             Odia
 Odia 














































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































