ତରଡିଙ୍ଗ ରେ ହାତୀ ଆକ୍ରମଣ ରେ ଜଣେ ଗୁରୁତର,ଚାଷୀଙ୍କୁ ସହାୟତା ଦାବିରେ ରେଞ୍ଜର ଅଫିସ ଆଗରେ ଧାରଣା
ଆଠଗଡ(ଉଲାପ୍ର)ଆଠଗଡ ବନଖଣ୍ଡ ଅନ୍ତର୍ଗତ ତରଡିଙ୍ଗ ଗ୍ରାମର ଏକ ବିଲରେ ଆଜି ସକାଳେ ଜଣେ ଚାଷୀ ମୁଗ ତୋଳୁ ଥିବା ବେଳେ ଏକ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ମେଡିକାଲ ରେ ଚିକିସ୍ଥାଧିନ ଥିବା ଜଣାପଡିଛି, ଗୁରୁତର ଚାଷୀ ଜଣକ ହେଲେ ତ୍ରିଲୋଚନ ସାହୁ,ସକାଳୁ ସକାଳୁ ବିଲରେ ମୁଗ ତୋଳୁଥିବା ସମୟରେ ବୁଦା ମୂଳରେ ଲୁଚିଥିବା ହାତୀଟି ହଟାତ ଚାଲିଆସି ତ୍ରିଲୋଚନକୁ ଶୁଣ୍ଢରେ ଟେକି ଫୋଫାଡ଼ି ଦେଇଥିଲା,ହାତୀଟି ଚାଷୀ ଜଣଙ୍କ ମରିଗଲା ଭାବି ଛାଡି ପଳାଇଯିବା ପରେ ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଚାଷୀଙ୍କୁ ନେଇ ମାଧପୁର, ଆଠଗଡ ମେଡିକାଲ ଓ
ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି,ଗୁରୁତର ଚାଷୀଙ୍କର ଏପର୍ଯ୍ୟନ୍ତ ଚେତା ଫେରିନଥିବା ବେଳେ ଆଠଗଡ ବନାଞ୍ଚଳ ର କୌଣସି କର୍ମଚାରୀ ଚାଷୀଙ୍କ ପାଖରେ ନପହଁଚିବା ଯୋଗୁ ତରଡିଙ୍ଗ ଗ୍ରାମର ଗ୍ରାମବାସୀମାନେ ରେଞ୍ଜର ଅଫିସ ଆଗରେ ଧାରଣା ଦେଇଛନ୍ତି,ଗୁରୁତର ଚାଷୀ ତ୍ରିଲୋଚନକୁ ବନବିଭାଗ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ରେଞ୍ଜର ଅଫିସ ଆଗରେ ଧାରଣା ରେ ବସିଛନ୍ତି,ଆଠଗଡ ରେଞ୍ଜର ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରି ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରେଞ୍ଜର।
Odia 











































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































