ମା କରି କୋଲିଆଣି ପେଟ୍ରୋଲ ପମ୍ପ ଉଦଘାଟିତ
ଆଠଗଡ( ଉଲାପ୍ର)ଆଠଗଡ ଧବଳେଶ୍ବର ରାସ୍ତାର କରିକୋଲ ଠାରେ ମା କରି କୋଲିଆଣୀ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି,ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି,ଏହି କାର୍ଯ୍ୟକ୍ରମ ରେ ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ଶକ୍ତିଧର ଦାସ,ହାଇକୋର୍ଟ ର ଅନେକ ଆଇନଜୀବୀ ଯୋଗଦେଇଥିବା ବେଳେ
ମା କରି କୋଲିଆଣି ପେଟ୍ରୋଲ ପମ୍ପର ପ୍ରୋପ୍ରାଇଟର ପ୍ରଦୋଷ କୁମାର ସ୍ବାଇଁଙ୍କ ସଂଯୋଜନାରେ ଆଠଗଡ ର ଅନେକ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ,ଏହି ପେଟ୍ରୋଲ ପମ୍ପ ଶୁଦ୍ଧତା କୁ ପ୍ରଥମେ ପ୍ରାଥମିକତା ଦେବବୋଲି ପ୍ରଦୋଷ ସ୍ୱାଇଁ ପ୍ରକାଶ କରିଛନ୍ତି।
        
            
 Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































