ଶେଷହେଲା ଆଠଗଡ ଗଡଜାତର ଦୋଳଯାତ୍ରା ଓ ବାରୁଣୀ ସ୍ନାନ
ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ନିଆରା ପରମ୍ପରା ହେଉଛି ଦୋଳଯାତ୍ରା, ଯାହାକି ଫଗୁ ଦଶମୀ ଠାରୁ ଆରମ୍ଭ ହୋଇ ବାରୁଣୀ ସ୍ନାନ ପରେ ଶେଷ ହୋଇଥାଏ,ଏତେଦିନ ଧରି ଦୋଳଯାତ୍ରା ଆଉ କୌଣସି ବି ସ୍ଥାନରେ କିମ୍ବା ଗଡଜାତ ଅଞ୍ଚଳରେ ଦେଖିବାକୁ ମିଳେ ନାହିଁ,ଫଗୁଦଶମୀ ଠାରୁ ଆଠଗଡ ଗଡଜାତର କୋଳଥପଙ୍ଗି ଗ୍ରାମରୁ ଆରମ୍ଭ ହେଉଥିବା ଦୋଳଯାତ୍ରା ବ୍ରହ୍ମପୁର ବାରୁଣୀସ୍ନାନ ଯାତ୍ରାରେ ଶେଷ ହୋଇଥାଏ, ଏହା ଭିତରେ ଆଠଗଡ ରେ ପଞ୍ଚୁଦୋଳ ଏକ ନିଆରା ପରମ୍ପରା ରହିଥାଏ, ଚଳିତବର୍ଷ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଦୋଳଯାତ୍ରା ଓ ବାରୁଣୀ ସ୍ନାନଯାତ୍ରା ସମ୍ପର୍ଣ୍ଣ ହୋଇଛି,ମହାନଦୀର ବ୍ରହ୍ମପୁର ଠାରେ ଥିବା ବାରୁଣୀ ପଡିଆ ଓ ମହାନଦୀ ଘାଟରେ ପ୍ରଶାସନ ତରଫରୁ ୧୪୪ ଧାରା ଜାରିକରାଯିବା ଯୋଗୁ ଘାଟରେ କୌଣସି ଭକ୍ତ ସ୍ନାନ କରିପାରି ନଥିଲେ,କେବଳ ଧବଳେଶ୍ବର, ସରପେଶ୍ୱର, ବାଞ୍ଚେଶ୍ୱର ତଥା ଅନ୍ୟାନ୍ୟ ଦେବତା ମାନେ ତିଥି ରକ୍ଷାକରି ପୂଜକ ମାନେ ମହାନଦୀରେ ଠାକୁରଙ୍କୁ ସ୍ନାନ କରାଇଥିଲେ,ବାରୁଣୀ ଘାଟରେ ୧୪୪ ଧାରା ଜାରି ହୋଇଥିବା ଯୋଗୁ ଘଟଣା ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା,ଏହା ସହିତ ଦୀର୍ଘ ଷୋଳଦିନ ଧରି ଚାଲି ଆସିଥିବା ଆଠଗଡ ଗଡଜାତର ଦୋଳଯାତ୍ରା ଓ ବାରୁଣୀ ସ୍ନାନ ଶେଷ ହୋଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































