ଗଞ୍ଜେଇ ସହ କାର୍ ଜବତ : ୨ ଗିରଫ
ବାଲିଗୁଡା,୦୯/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପୁଲିସ ଶୁକ୍ରବାର ୧୦୪ କି.ଗ୍ରା ଗଞ୍ଜେଇ କରିଛି। ରାୟଗଡା ପଟରୁ ଗଞ୍ଜେଇ ଚାଲାଣ ନେଇ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ, ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ତୁମୁଡିବନ୍ଧ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତୁମୁଡିବନ୍ଧ ପୁଲିସ ଏସଆଇ ଜୟନ୍ତ ସେଠୀଙ୍କ ନେତୃତ୍ୱରେ କାଳିସିପଦର ଛକ ନିକଟରେ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍ ଜବତ କରିଥିଲେ। ସେଥିରୁ ୧୦୪ କି.ଗ୍ରା ଗଞ୍ଜେଇ ଜବତ କରାଯାଇଛି। ଏହି କାରବାରରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦ୍ବୟ ହେଲେ ଅଜୟ ସିଂହ(୨୦) ଏବଂ ନଜିମ ଶାହା(୨୧)। ତୁମୁଡିବନ୍ଧ ଥାନାରେ ଏନେଇ ଏକ ମାମଲା କେଶ ନଂ.୨୪/୨୧ ରେ ଏକ ମକଦ୍ଦମା ରୁଜୁ କରାଯାଇ ଥାନା ଅଧିକାରୀ ବାବା ଶଙ୍କର ସରାଫ ଏହାର ତଦନ୍ତ ଚଳାଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































