ବୃଦ୍ଧାର ଜୀବନ ବଞ୍ଚାଇ ମାନବିକତାର ପରିଚୟ ଦେଲେ ଯୁବ ଆଇନଜିବୀ
ଫୁଲବାଣୀ- (ସୁନୀଲ ପଟନାୟକ) ଆଇନଜିବୀ ଯେ କେବଳ ମହିଳିଲଙ୍କଠାରୁ ଫି ନେଇ ଯେ ଆଇନ ସେବା ଯୋଗାଇଥାଏ ସେୟା ନୁହେଁ ଅନେକ ଆଇନଜିବୀ ଅଛନ୍ତି। ଯେଉଁମାନେ କି ସମାଜ ସୁଧାର ଦିଗରେ ମଧ୍ୟ ରୁଚି ରଖିଥାନ୍ତି । ସେଭଳି ଏକ ଯୁବ ଆଇନଜିବୀ ହେଉଛନ୍ତି ରମେଶ ମହାନ୍ତି।
ରମେଶ ଶନିବାର କାର୍ଯ୍ୟ ବ୍ୟସ୍ତତା ଥିବାବେଳେ ହଠାତ ମୋ ବାଇଲକୁ କଲ ଆସିଥିଲା। ଫୁଲବାଣୀ ନିକଟସ୍ତ କଲାଡି ଗ୍ରାମ ଜଙ୍ଗଲରେ ଏକ ବରଗଛରେ ଜଣେ ବୃଦ୍ଧା ଆମୂହତ୍ୟା କରିବାଲାଗି ଉଦ୍ୟମ କରୁଥିବା କଥା କହିଥିଲେ । ସବୁ କାର୍ଯ୍ୟକୁ ପଛରେ ପକାଇ ରମେଶ ଜଣେ ବନ୍ଧୁ ବିଶ୍ଵରଂଜନ ଦାସଙ୍କୁ ସାଥିରେ ନେଇ ସଂପୃକ୍ତ ସ୍ଥାନରେ ପହଞ୍ଚିଥିଲେ। ଆଉ ତାଙ୍କୁ ବୁଝାସୁଝା କରି ସମସ୍ୟା ବିଷୟରେ ପଚାରି ତାଙ୍କୁ ଆତ୍ମହତ୍ୟା ରୁ ନିବୃତ୍ତ କରାଇଥିଲେ ରମେଶ।ବୁଦ୍ଧ। ଜଣଙ୍କ ର ନାମ ସୁଦେସ୍ନା ବିଶି ମାଝି, ବୟସ ୮୦ ପାଖାପାଖି । ଘର କ .ନୂଆ ଗାଁ ବ୍ଲକର ନେଡ଼ିଗୁଡ଼ା ଗ୍ରାମରେ। ବାର୍ଦ୍ଧକ୍ୟ ଯୋଗୁଁ ଦେହରେ କିଛି ବି ବଳ ନାହିଁ।
ଚମ ଧୁତୁଧୁଡୁ ହେଲାଣି। ହାତ ଗୋଡ କାମ କରୁ ନି ଭଲରେ ।ଅସହାୟ ହୋଇ ପଡିଥିଲେ ବୃଦ୍ଧା ଜଣଙ୍କ। ବାପା ମା .ସ୍ୱାମୀ,ପୁଅ କି ଝିଅ କେହି ବି ନାହଁ।ନ୍ତି ତାଙ୍କର ଏତେ ବଡ ଦୁନିଆରେ । ଦୁଇଦିନ ହେଲା କିଛି ବି ଖାଇ ନାହିଁ।ନ୍ତି । ସଙ୍ଗେସଙ୍ଗେ ଟିମ ହ୍ୟୁମାନିଟିର କର୍ମକର୍ତ୍ତାଙ୍କୁ ଜଣାଇବା ପରେ ସେମାନେ ତତ୍କ୍ଷଣାତ ସେଠାରେ ପହଞ୍ଚି ଖାଦ୍ୟ ଖାଇବାକୁ ଦେଇଥିଲେ ।. ପରେ ଏକ କାର ଯୋଗେ ଟିମ ହ୍ୟୁମାନିଟିର ସଦସ୍ୟଭି ଲୋକନାଥ ରାଜୁଙ୍କୁ ସାଥିରେ ନେଇ ଏଠାରୁ ଶହେ କିମି ଦୂର ତାଙ୍କ ଘର ନେଡ଼ି ପଦରଠାରେ ଛାଡି ସୁବିଧା ଅସୁବିଧା ବୁଝିବା ଲାଗି ସରପଞ୍ଚ ଓ ସ୍ଥାନୀୟ ସମାଜ ସେବୀ ପଣ୍ଡିତ ବିଶି ମାଝିଙ୍କୁ ଦାୟିତ୍ଵ ଦେଇ ଆସିଥିଲେ।
ବୃଦ୍ଧାଙ୍କ ସହାୟତା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି ।
ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ବୃଦ୍ଧାଙ୍କ ଜୀବନ ବଞ୍ଚିଯାଇଥିଲା। ଫଳରେ ଆଇନଜୀବି ରମେଶ ମହାନ୍ତିଙ୍କୁ ଭୁରି ଭୁରି ପ୍ରଶସାଂକରିଛନ୍ତି ସମସ୍ତେ ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































