କନ୍ଧମାଳ –ଚକାପାଦ ଅଞ୍ଚଳ ରେ ପାଣିପାଇଁ ମାଡପିଟ, ଚିକିତ୍ସିତ ଅବସ୍ଥା ରେ ମହିଳାଙ୍କ ମୃତ୍ୟୁ, ଜଣେ ଗିରଫ, ୩ଫେରାର
ଫୁଲବାଣୀ –(ସୁନୀଲ ପଟନାୟକ) ପାଣି ଗରାଏ ପାଇଁ ଦୁର୍ବୁତ୍ତ ମାନଙ୍କ ଆକ୍ରମଣ ରେ ଜଣେ ମହିଳା ଙ୍କ ଆଜି ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ କନ୍ଧମାଳ ଜ଼ିଲା ଚକାପାଦ ବ୍ଲକ ପସରା ପଂଚାୟତ ର ବେରେଡାକିଆ ଗ୍ରାମର ଭାଗ୍ୟ ଲତା ପୃଷ୍ଟି l
ଭାଗ୍ୟ ଲତା ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଗୁରୁତର ଆହାତ ହୋଇ ଗତ ଚବିଶ ତାରିଖରୁ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଆଉ ଶେଷରେ ଆଜି ମୃତ୍ୟୁ ବରଣ କରି ଥିବା ଜଣା ପଡିଛିl
ସୂଚନା ଯୋଗ୍ୟ ଯେ, ବୋରିଙ୍ଗ ପାଣିକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲାଚକାପାଦ ବ୍ଳକର ପସରା ପଞ୍ଚାୟତରେ ବେ ରଡ଼ାକିଆ ଗ୍ରାମରେ କିଛି ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଭାଗ୍ୟ ଲତା ପୃଷ୍ଟି ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ଥିଲେ l ଗୁରୁତର ଆହତ ଅବସ୍ଥା ରେ ମହିଳା ଙ୍କୁ ପ୍ରଥମେ ବ୍ରାହ୍ମଣପାଦଡାକ୍ତର ଖାନା, ପରେ ଫୁଲ ବାଣୀସଦରମହକୁମା ଡାକ୍ତରଖାନାରେ ଭର୍ତ୍ତିକ ରା ଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନ।ନ୍ତର କରାଯାଇଥିଲା। ହେଲେ ମୁଣ୍ଡରେ ଆଘାତ ଲାଗିଥିବାରୁ ଡାକ୍ତରମାନେ ଭୁବନେଶ୍ଵର ଏଏମ ସ କୁ ସ୍ଥାନାନ୍ତର କରିଥିଲେ l ତେବେ ସେଠାରେ ଚିକିତ୍ସା ପରେ ଅବସ୍ଥା ରେ ଉନ୍ନତି ନ ହେବାରୁଫେରାଇଦେବା ଫଳରେ ତାଙ୍କୁ ପୁଣି ଫୁଲବାଣୀ ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ପରିବାର ଲୋକେ l
ଏନେଇ ଆହାତ ମହିଳା ଙ୍କ ପୁଅ ସୁମନ ଦାସ ପୃଷ୍ଟି ଗତ ୪ ତାରିଖ ଦିନ ଚକାପାଦ ଥାନାରେ ଏତଲା ଦେଇଥିଲେ l
ଚକାପାଦ ପୋଲିସ ଏନେଇ ଧାରା ୩୦୭/୨୯୪/୩୨୩/୩୫୪/୫୦୬ ଓ ୩୪ରେ ଚାରି ଜଣ ଙ୍କ ନାଁ ରେ ମାମଲା ରୁକ୍ମ କରିବା ସହ ଏହି ଘଟଣlରେ ମାତ୍ର ଜଣକୁ ଗିରଫ କରି ଥିବା ବେଳେ ଅନ୍ୟ ୩ ଜଣ ଫେରାର ଥିବା କୁହାଯାଉଛି । ତେବେ ଅତି ଶିଘ୍ରଘଟଣା ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































