ପାନୀୟ ଜଳ ସଙ୍କଟ ଦୁର କଲେ ଲୋକେ, ନିଜେ ପାଇପ ପକ।ଇ ପାଣି ଆଣିଲେ ପଲସିମେଲା ଗ୍ରାମବାସୀ
ଫୁଲ ବାଣୀ-( ସୁନୀଲ ପଟ୍ଟନାୟକ) ଏବେ . ପ୍ରବଳ ଖରା ।ଦିନକୁ ଦିନ ତାତି ବି ବଢୁଛି । ପାଣି ପାଇଁ ଟାଏଁ ଟାଏଁ ଖରାରେ ମାଇଲ ମାଇଲ ବାଟ କେତେ ଅବା ଚାଲି ଚାଲିଯାଇ ନିତି ପାଣି ଆଣି ବେ। ଗାଁରେ ନଳକୂପଟିଏ ମଧ୍ୟ ନାହିଁ। ପାନୀୟ ଜଳ ପ୍ରକଳ୍ପ ମଧ୍ୟ ନାହିଁ। ଶେଷରେ ଗ୍ରାମବାସୀ ବାଧ୍ଯ ହୋଇ ନିଜେ ଅର୍ଥ ସଂଗ୍ରହ କରିବ।ସହ ଶ୍ରମଦ।ନ କରି ୨କିମି ପାଖାପାଖି ପ୍ଲାଷ୍ଟିକ ପିଭି ସି ପାଇପ୍ ବିଛାଇ ଚୁଆ ରୁ ପାଣି ଆଣିବାରେ ସଫଳ ହୋଇଛନ୍ତି ।
ଏବେ ଆଉ ଗ୍ରାମର ଲୋକଙ୍କୁ ଢୁ ଢୁ ଖରାରେ ଆଉ ମାଇଲ ମାଇଲ ବାଟ ଚାଲି କି ପାଣିପାଇଁ ଯିବାକୁ ପଡୁନି । ହାତପାଆନ୍ତାରେ ପାଣିପାଇ ଗ୍ରାମବାସୀ ବେଶ ଖୁସି । ତେ6ବ ଏନେଇ କନ୍ଧମାଳ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂସନ୍ତେ।ଷ କୁମାର କର ଙ୍କୁ ପଚାରିବାରେ ସେ ବର୍ତ୍ତମାନ ରାଜ୍ୟ ସରକାର ୧୭୬ କୋଟି ଟଙ୍କା ବ୍ୟୟରେ ବାଲିଗୁଡ଼ା ଓ ଟିକା ବାଲି ବ୍ଲକର ୨୫ଟି ଗ୍ରାମପଞ୍ଚାୟତରସବୁ ଗ୍ରାମ ଓ ସବୁ ଘରକୁ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରିବାପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ମୁମ୍ବାଇର ଜେଏମ ସି ଇନଫ୍ରା ଏହି କାର୍ଯ୍ୟକରୁଛି । ଅତିଶିଘ୍ର ପ୍ରକଳ୍ପ କାର୍ଯ୍ୟ ସରିଯିବ ଆଉ ପାଣିର ସମସ୍ୟା ରହିବନି ବୋଲି ନିର୍ବାହୀ ଯନ୍ତ୍ରୀଇଂକର କହିଛନ୍ତି ।
ତେବେ ସ୍ଵାଧିନତ।ର ୭୪ ବର୍ଷ ପରେ ମଧ୍ୟ ବାଟା ଗୁଡ଼ା ପଞ୍ଚାୟତର ପଲସି ମେଲା ଗ୍ରାମର ଲୋକଙ୍କ ପାଇଁ ନଳକୁ ପ କିମ୍ବା କୁପର ମଧ୍ୟ ବ୍ୟବସ୍ଥା ନ ହେବା ନିଶ୍ଚିତ ଉଦବେଗର ବିଷୟ ।
ସରକାର କେବେ ଏହି ଗ୍ରାମବାସୀଙ୍କୁ ସୂଛ ପାନୀୟ ଜଳ କେବେ ମିଳୁଛି ତାହା ଦେଖିବାର କଥା।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































