ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ସେବା ର ଶୁଭାରମ୍ଭ
ବରଗଡ଼:- ଖେଦା ପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ। ଅତ୍ୟାଧୁନିକ ୧୦୮ ର ଆମ୍ବୁଲାନ୍ସ କୁ ରାଜ୍ୟ ସଭା ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସା°ସଦ ପାଣ୍ଠି ରୁ ପ୍ରଦତ୍ତ ଏହି ଆମ୍ବୁଲାନ୍ସ ରେ ୨ଟି ଅକ୍ସିଜେନ,ଇସିଜି ମେସିନ ସହ ଜଣେ ଫାର୍ମାସିଷ୍ଟ, ଜଣେ ଟେକ୍ନିସିଏନ ଏବଂ ଜଣେ ଆଟେଡେଣ୍ଟ ରହିବେ। ଏହାର ସମସ୍ତ ଖର୍ଚ୍ଚ ସା°ସଦ ପାଣ୍ଠି ରୁ ବହନ କରାଯିବାକୁ ଥିବାବେଳେ ଏହାକୁ ୧୦୮ ସେବା ଦ୍ବାରା ପରିଚାଳନା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଅବସରରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































