ଆଠଗଡ ରେ କରୋନା ଲହର ଜାରି,ସଚେତନତା କଲେ ଅଭୟ ବାରିକ
ଆଠଗଡ(ଉଲାପ୍ର)ଆଠଗଡ ରେ କରୋନା ଲହର ଜାରି ରହିଥିବା ବେଳେ ଜନସାଧାରଣ ଙ୍କୁ ସଚେତନତା ବାର୍ତା ବାଣ୍ଟିଛନ୍ତି ଆଠଗଡ ର ଯୁବ ସଙ୍ଗଠକ ଅଭୟ ବାରିକ,ଗତବର୍ଷ କରୋନା ଆରମ୍ଭ ହୋଇଥିବା ବେଳେ ଯୁବ ସଙ୍ଗଠକ ଅଭୟ ବାରିକ ଆଠଗଡ ସହିତ ଆଠଗଡ ନିର୍ବାଚନ ମଣ୍ଡଳୀ ରେ ଦୀର୍ଘ ୬ମାସ ପର୍ଯ୍ୟନ୍ତ କରୋନା ସଚେତନତା ଜାରି କରିଥିଲେ,ଯେତେବେଳେ ସବୁ ନେତା ଘରେ ରହିଥିଲେ ସେ ସମୟରେ ଅଭୟ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କୁ
ସଚେତନତା ବାର୍ତା ବାଣ୍ଟିବା ସହିତ ମାକ୍ସ ବାଣ୍ଟିଥିଲେ ଓ ସାନିଟାଇଜ କରିଥିଲେ ଆଠଗଡ ସହରର ସମସ୍ତ ଅଫିସ ଓ ଦୋକାନ ବଜାର,ପୁନର୍ବାର ଭାରତ ରେ କରୋନା ଦିତୀୟ ଲହର ଆସିବା ପରେ ଅଭୟ ବାରିକ କରୋନାର ବର୍ଷ ପୁରାଣୀ ଅବସରରେ ଆଠଗଡ ସହରରେ ଯମ ଓ କରୋନାକୁ ନେଇ ସଚେତନ କରିଛନ୍ତି ଯମରାଜା,ଆଠଗଡ ରଥଗଡା ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ଆଠଗ ଥାନା,ଏନଏସି ଅଫିସ,ବ୍ଲକ ଅଫିସ,ଷ୍ଟେଟବ୍ୟାଙ୍କ, ଉପଜିଲାପାଳ ଅଫିସ ପ୍ରଭୁତି ବୁଲିବୁଲି ସାନିଟାଇଜ କରିଥିଲେ,ଏହା ବ୍ୟତୀତ ଆଠଗଡ ର ସମସ୍ତ ରାସ୍ତାଘାଟ ଓ ଦୋକାନବଜାର ସାନିଟାଇଜ କରିଥିଲେ ଅଭୟ ବାରିକ ଓ ତାଙ୍କ ସହଯୋଗୀ ମାନେ,ଏହି କାର୍ଯ୍ୟକ୍ରମ ରେ ସରୋଜ ଦାସ,ଟୁକୁ ସାମଲ ପ୍ରଭୁତି ଯୁବକ ମାନେ ସହଯୋଗ
କରିଥିଲେ, କରୋନା ଉପରେ ଏକ ସୁନ୍ଦର ଗୀତ ପରିବେଷଣ କରିଥିଲେ ବିପ୍ଳବ ଦାସ ଓ ଅଭୟ ବାରିକ,ଅଭୟଙ୍କ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରନ୍ସସା କରାହାଇଛି,ଗତ ପନ୍ଦର ଦିନ ମଧ୍ୟରେ ଆଠଗଡ ସହରରେ କ ରୋନା ପଜି ଟିଭ ସଂଖ୍ୟା ବଢିଚାଲିଥିଲେ ମଧ୍ୟ ପ୍ରଶାସନ କିମ୍ବା ଆଠଗଡ ଏନଏସି ଏପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଯୋନ କରିନାହିଁ କିମ୍ବା ସାଧାରଣ ଲୋକଙ୍କୁ ସଚେତନ କରିନଥିବା ବେଳେ ଅଭୟଙ୍କ ଏଭଳି ପ୍ରୟାସକୁ ସଧାରଣ ରେ ବେଶ ପ୍ରନ୍ସସା କରାଯାଇଛି।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































