ଚକାପାଦରେ ରବିଚାଷ ଓ କରୋନା ସଚେତନତା ପାଇଁ କୃଷି ରଥ ଉଦ୍ଘାଟିତ
ଫୁଲବାଣୀ- (ସୁନୀଲ ପଟନାୟକ) ଆଗକୁ ଆସୁଥିବା ରବି ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ କରୋନା ସଂକ୍ରମଣ ନେଇ ସଚେତନତା ସୃଷ୍ଟି କରିବାପାଇଁ ଚକାପାଦ ବ୍କ୍କ କ କୃଷି ବିଭାଗ ପକ୍ଷରୁ ଏକ ସଚେତନତା ରଥ କୁ ଆଜି ସାଂସଦ ପ୍ରତିନିଧି ଉମାଚରଣ ମଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିଲେ। ସେହିପରି ଜି.ଉ ଦୟଗିରି କୃଷି ଅଧିକାରି ଅଜୟ ପରିଡ଼ା ସମ୍ମାନିତ ଅତିଥିଭାବେ ଯୋଗଦେଇ ସବୁଜପତ ।କା ଦେଖାଇ ଥିଲେ। ସେହିପରି
ଅନ୍ୟମାନଙ୍କ ମଧ୍ୟରେ ଚକାପାଦ ସରପଞ୍ଚସୁଲୋଚନା ମଲିକ ବ୍ଲକ କୃଷି ଅଧିକାରୀ ହେମନ୍ତ ଦାସ, ବ୍ଳକ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ ମହାପାତ୍ର,ବ୍ଲକ ପ୍ରାଣୀ ସଂପଦ ଅଧିକାରୀ ଡବିଜୟ ସାହୁ, ସହକାରୀ ଉଦ୍ୟାନ ଅଧିକାରି ବନାନୀ ପ୍ରିୟଦର୍ଶନୀ, ଟିକା ବାଲି ବ୍ଲକ କୃଷି ଅଧିକାରୀ ସନ୍ତେ।ଷ ଦଳବେହେରା । ସହକାରୀ କୃର୍ଷି ଅଧିକାରି ସୁଜିତ ପାଢି, ଚକାପାଦ ଲ୍ୟାମ୍ପସ ସଂପାଦକ ଓ ବିଭାଗୀୟ କର୍ମଚାରୀ ମାନେ ଏହି ଅବସରରେ ଯୋଗଦେଇ ଜମି ପଡ଼ିଆ ନପକାଇ ରବୀଚାଷ କରିବାପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଚକାପାଦ ବ୍ଲକର ୧୨ଟି ପଞ୍ଚାୟତର ଗ୍ରାମକୁ ବୁଲି ସରକାରଙ୍କ କୃଷି ବିଭାଗର ବିଭିନ୍ନ ଯୋଜନା ସଂପର୍କରେ ଲୋକମାନଙ୍କୁ ସଚେତନ କରିବ ବୋଲି ବ୍ଲକ କୃଷି ଅଧିକାରୀ ହେମନ୍ତ ଦାସ କହିଛନ୍ତି । ସେହିପରି କରୋନା ସଂକ୍ରମଣ ସଂପର୍କରେ ମଧ୍ୟ ଦାଶକାଠିଆ ମାଧ୍ଯମରେ ସଚେତନ କରାଯିବ ବୋଲି ଶ୍ରୀଦାସ କହିଛନ୍ତି।
ଏହି କାର୍ଯ୍ୟକ୍ରମକୁ ବିଟିଏ ମ ରାଧେରମଣ ଶର୍ମା, ଶ୍ରୀହରିକହଁର,ଏଟିଏମ ଶ୍ରୀମତି ଲକ୍ଷ୍ମୀପ୍ରିୟା ସ।ମଲ,ସାରଦା ପ୍ରସନ୍ନ ଦାସ, ପ୍ରମୁଖ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































