ଅବକାରୀ ଗୁଇନ୍ଦା ବିଭାଗର ଅଚାନକ ଚଢ଼ାଉ : ବିଦେଶୀ ମଦ ଜବତ,୨ ଗିରଫ
କନ୍ଧମାଳ,୧୮/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ)ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଦଳ ଅଚାନକ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରାରେ ଓ ବେଆଇନ ଭାବେ ବିକ୍ରି ହେଉଥିବା ୧୩୧ ଲିଟର ବିିଭିନ୍ନ ବିଦେଶୀ ମଦ ଜବତ କରିବା ସହିତ ଏହି ଘଟଣାରେ ୨ ଜଣକୁ ଗିରଫ କରିଛନ୍ତି। ଗିରଫ ମାନେ ହେଲେ ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ କାମଟଣା ଗ୍ରାମର ରିନା କହଁର ଓ ଅନ୍ୟଜଣେ ହେଲେ ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଭେଟଖୁଲ୍ ଗ୍ରାମର ପଦ୍ମଚରଣ ସାହୁ। ଅବକାରୀ ଅଧିକାରୀ ବିଶ୍ୱଜିତ୍ ନାୟକଙ୍କ ନେତୃତ୍ୱରେ ଏହି ଚଢାଉରେ ଏସ୍.ଆଇ ସନ୍ତୋଷ ନାୟକ, କୁମୁଦ ପ୍ରଧାନ, ପ୍ରବୀଣ କୁମାର ସାମଲ ପ୍ରମୁଖ ସାମିଲ ହୋଇଥିଲେ। ଚଢାଉରେ ରିନା କହଁରଙ୍କ ଠାରୁ ୧୦୧ ଲିଟର ବିଦେଶୀ ମଦ ଜବତ କରିଥିବା ବେଳେ ପଦ୍ମଚରଣ ଠାରୁ ୩୦ ଲିଟର ବିଦେଶୀ ମଦ ଜବତ କରିଥିଲେ। ଦୀର୍ଘଦିନ ହେଲା ଉଭୟ ଏହି ଚୋରା ମଦକାରବାର କରୁଥିବା ତଦନ୍ତରୁ ଜଣାପଡିଛି। ପୃଥକ ପୃଥକ ଭାବେ ୨ଟି ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































