ଟିମ ହ୍ୟୁ ମାନିଟି ସ୍ନେକ ହେଲପ ଲାଇନ ସମ୍ବର୍ଦ୍ଧିତ
ଫୁଲବାଣୀ-( ସୁନୀଲ ପଟନାୟକ)
ରବିବାର ଫୁଲ ବାଣୀର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନ ଜ୍ୟୋସ୍ନାସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ଟିମ ହ୍ୟୁମାନିଟିର ସ୍ନେକ ହେଲପଲାଇନକୁ ସମ୍ବର୍ଦ୍ଧିତ କରାଯାଇଛି। ବନଜ୍ୟୋସ୍ନାସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗଦେଇ ସ୍ଲେକ ହେଲପଲାଇନ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ନିଜ ଜୀବନକୁ ବାଜି ଲଗାଇ ନିଃସ୍ଵାର୍ଥପର ଭାବେ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟ।ଳୟ ଓ ବାସଭବନରେ ପଶିଥିବା ବିଷଧର ସାପ ମାନଙ୍କୁ ଉଦ୍ଧାର କରିପୁଣି ସେମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ୁଥିବାରୁ ଅନେକ ମୂଲ୍ୟବାନ ଜୀବନ ରକ୍ଷାକରିବାରେ ସହାୟକ ହେଉଥିବାରୁ ମୁଖ୍ୟଅତିଥି ବିଧାୟକ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରୀ ରଖିବା ଲାଗି ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବନଜ୍ୟୋସ୍ନାସାହିତ୍ୟ ସଂସଦ ର ସଂପାଦକ ଡ଼କାହ୍ନୁଚରଣ ଶତପଥି. ଅବସର ପ୍ରାପ୍ତ ସରକାରୀ ଅଧିକାରୀ ତଥା ସାହିତିକ ଅନନ୍ତ ଚରଣ ମିଶ୍ର, ସାମ୍ବାଦିକ ପ୍ରଶାନ୍ତ ବେହେରା, ବରୀଷ୍ଠ ଆଇନଜୀବୀ କୌଶିକ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ନେକ ହେଲପ ଲାଇନ କମ ଦିନ ମଧ୍ୟରେ ଶତାଧିକ ସାପ ଉଦ୍ଧାର କରି ଲୋକମାନଙ୍କ ଓ ସାପମାନଙ୍କର ଜୀବନ ବଞ୍ଚାଇଥିବାରୁ ସାଧୁବାଦ ଜଣାଇଥିଲେ।
ସମ୍ବର୍ଦ୍ଧିତ ହେବାଦ୍ୱାରା ସେମାନଙ୍କର ମଧ୍ୟ କାର୍ଯ୍ୟ କରିବାପ୍ରତି ନିଷ୍ଠା, ଓ ଉତ୍ସାହ ମଧ୍ୟବୃଦ୍ଧି ପାଇବ ବୋଲି ସ୍ନେକ ହେଲପଲାଇନର ଆଲୋକ ବିଷୋୟୀ ମତବ୍ୟକ୍ତ କରିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































