କନ୍ଧମାଳ ଜିଲ୍ଲାରେ ଏ ଯାଏ ୭୯ହଜାର ୨୭୩ ଡୋଜ ଟିକା ପ୍ରଦାନ
ଫୁଲବାଣୀ-( ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲ।କୁ ରାଜ୍ୟ ସରକାର ଏ ଯାଏ ମୋଟ ୭୯ହଜାର ୨୭୩ ଡୋଜ ଟିକା ପ୍ରଦାନ କରାଯାଇଥିବା ଜଣାଯାଇଛି । ସେଥି ମଧ୍ୟ ରୁ
ପ୍ରଥମ ଡୋଜ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ୭ହଜାର ୧୮୫ ଡୋଜ ପ୍ରଦାନ କରାଯାଇଥିବା ବେଳେ ଦ୍ଵିତୀୟ ଡୋଜ୬ହଜାର ୨୦୫ ଜଣଙ୍କୁ ପ୍ରଦାନ କରାଯାଇଛି । ସେହିପରି ଫ୍ରଣ୍ଟ ଲାଇନ ୱ।ରିୟର ଭାବେ ପରିଚିତ ମୁନିସପାଲଟି କର୍ମଚାରୀ, ପୋଲିସ କର୍ମଚାରି ମାନଙ୍କୁ ୪ ହଜାର ୪୯୭ ପ୍ରଥମଡୋଜ ଟିକା ପ୍ରଦାନ କରାଯାଇଥିବାବେଳେ ୪ହଜାର ୧୩୩ ଜଣକୁ ପ୍ରଦାନ କରାଯାଇଛି।
ସେହିପରି ସରକାର ୪୫ ବର୍ଷରୁ୬୦ ବର୍ଷ ମଧ୍ୟରେ ବ୍ୟକ୍ତି ବିଶେଷଙ୍କୁ ଟିକା ଦେବାକୁ କହିବା ପରେ ୨୯ ହଜାର ୩୫୫ ଜଣ କୁ ପ୍ରଦାନ କରାଯାଇଥିବାବେଳେ୬୦ ବର୍ଷରୁ ଉର୍ଦ୍ଧ୍ଵ ୩୭ହଜାର ୮୯୬ ଜଣଙ୍କୁ ଏଯାଏ କୋଭିଡ଼ ଟିକା ପଦାନ କରାଯାଇଛି । ସଦରମହକୁମା ଫୁଲ ବାଣୀ ଡାକ୍ତରଖାନା ସମେତ ଜିଲ୍ଲାର ୧୪ ଟି ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ର ଖୋଲାଯାଇଛି । କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଫଳରେ ଲୋକେ ଟିକା ନେବା ଲାଗି ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବା ଦେଖାଯାଉଛି ।
ତେବେ ପ୍ରର୍ଯ୍ୟ।ପ୍ର ପରିମାଣର ଟିକା ଅଭାବ ଯୋଗୁଁ ବିଭିନ୍ନ ସମୟରେ ଟିକା ଅଭାବ ଯୋଗୁଁ ଟିକାକରଣ କେନ୍ଦ୍ରଗୁଡିକ ବନ୍ଦ ରହୁଛି । ଫଳରେ ଟିକା ଦେବାକୁ ଆସି ଲୋକେ ନିରାଶ ହୋଇ ଫେରୁଛନ୍ତି।
ଟିକା ନେବାପରେ ମଧ୍ଯ ନିୟମିତ ମାସ୍କ ପିନ୍ଧିବା ସହ ସମାଜିକ ଦୂରତା ରକ୍ଷାକରିବା ସହ ସାନିଟାଇଜ ବ୍ୟବହାର କରିବା ଓ ଜରୁରୀ ଦରକାର ନଥିଲେ ଅଜଥ। ବଜାରରେ ବୁଲା ବୁଲି ନ କରିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































