ଆଠଗଡ ସବଡିଭିଜନ ରେ ମାସ୍କ ଚେକିଙ୍ଗ ହେବ କଡାକଡି,ଉପଖଣ୍ଡ ସ୍ତରୀୟ ବୈଠକରେ ପ୍ରକାଶ କଲେ ଉପଜିଲାପାଳ
ଆଠଗଡ(ଉଲାପ୍ର)ଦିନକୁଦିନ କରୋନା ଭୟାନକ ରୂପ ନେଉଥିବା ବେଳେ କଟକ ଜିଲ୍ଲା ଆଠଗଡ ପ୍ରଶାସନ ତରଫରୁ ଶୁକ୍ରବାର ଦିନ ଉପଜିଲାପାଳ ଙ୍କ ଅଫିସ କାର୍ଯ୍ୟାଳୟ ରେ ଏକ ବୈଠକ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି, ଏଥିରେ ଆଠଗଡ ସହର ସହିତ ଆଠଗଡ ଉପଖଣ୍ଡ ର ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର ତହସିଲ ଅଞ୍ଚଳରେ କଡାକଡି ମାସ୍କ ଚେକିଙ୍ଗ କରାଯିବା ପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି,ଏତଦ ବ୍ୟତୀତ,ଆଠଗଡ ସହରର ଦୁର୍ଗାବଜାର, ପୁରୁଣା ବସ ଷ୍ଟାଣ୍ଡ,କନ୍ତଲ ହାଟ ସହିତ,ତିଗିରିଆ ବ୍ଲକର ବିନ୍ଧାଣିମା ହାଟ, ନୂଆପାଟଣା ହାଟ, ବଡମ୍ବାର ହାଟ, ମଣିଆବନ୍ଧ ହାଟ, ନରସିଂହପୁର ବ୍ଲକର ଚମ୍ପେଶ୍ୱର ହାଟ, ନରସିଂହପୁର ଦୈନିକ ପରିବା ମାର୍କେଟ ପ୍ରଭୁତି ସ୍ଥାନ ମାନଙ୍କରେ ସ୍ତାନୀୟ ପୋଲିସ ଓ ପ୍ରଶାସନ ସହଯୋଗରେ ମାସ୍କ ଚେକିଙ୍ଗ କଡାକଡି କରାଯିବା ସହିତ ଉପଖଣ୍ଡର ସମସ୍ତ ଗ୍ରସୋରି ଦୋକାନ ଗୁଡିକରେ କଡାକଡି ମାସ୍କ ଚେକିଙ୍ଗ କରାଯିବ,ଯୋଉମାନେ ଅମାନିଆ ହେବେ କିମ୍ବା ଦୋକାନରେ ମାସ୍କ ପିନ୍ଧି ନଥିବେ ସେହି ସବୁ ଦୋକାନ ଗୁଡିକୁ ପ୍ରଶାସନ ପକ୍ଷରୁ ସିଲ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ
କରାଯାଇଛି,ପ୍ରଶାସନ ପକ୍ଷରୁ ଉପଖଣ୍ଡର ସମସ୍ତ ଗ୍ରାମ ଗୁଡିକରେ କରୋନା ସଚେତନତା କରିବା ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି,ଏହା ବ୍ୟତୀତ ବଡମ୍ବା ରେ କୋଭିଡ ମେଡିକାଲ ଓ ଆଠଗଡ ର ମାଧବପୁର ଜିମସାର ରେ ଖୁବଶୀଘ୍ର କୋଭିଡ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି,ଏହା ସହିତ ଆଠଗଡ ସହରର ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଟିଏମସି ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି, ଆଠଗଡ ଉପଖଣ୍ଡର ସମସ୍ତ ବ୍ଲକ ରେ ତହସିଲଦାର,ବିଡ଼ିଓ ଓ ସ୍ତାନୀୟ ପୋଲିସ ନିଜେ ଉପସ୍ଥିତ ରହି ମାସ୍କ ଚେକିଙ୍ଗ କୁ କଡାକଡି କରିବା ପାଇଁ ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି ପରାମର୍ଶ ଦେଇଛନ୍ତି,ଏହି ବୈଠକରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ,ବିଡ଼ିଓ ଅରୁଣ କୁମାର ଦାସ,ଉପଖଣ୍ଡର ସମସ୍ତ ବିଡ଼ିଓ,ତହସିଲଦାର, ସମସ୍ତ ମେଡିକାଲ ଟିମ ସହିତ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଯୋଗ ଦେଇଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































