ଜଙ୍ଗଲ ଜମିକୁ ନେଇ କୋଟଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟ ରେ ବିବାଦ, ଗ୍ରାମରେ ଉତ୍ତେଜନା
ଫୁଲବାଣୀ-( ସୁନୀଲ ପଟନାୟକ) ଜଙ୍ଗଲ ଜମିକୁ ନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଶୁକ୍ରବାର ହରିପୁର ନିକଟସ୍ଥ ଅଭୟାରଣ୍ୟ ଜମି ଅକ୍ତିଆରକୁ ନେଇ ଗୋଟିଏ ପରିବାରକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଗ୍ରାମରେ ଉତେଜନା ସୃଷ୍ଟି ହୋଇଥିଲା। ଖବର ପାଇ କୋଟଗଡ ବନବିଭାଗ ରେ ଜଂର ସୂର୍ଯ୍ୟକାନ୍ତ ବେହେରା ଓ ତୁମୁଡିବନ୍ଧ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲା।
ସୂଚନାଯୋଗ୍ୟଯେ ଅଭୟାରଣ୍ୟ ମଧ୍ୟରେ ବେ ଆଇନ ଭାବେ କିଛି ଲୋକ ଘର କରି ରହିବା ସହ ଜମି ଜବରଦଖଲ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସେମାନଙ୍କୁ ତୁରନ୍ତସେଠାରୁ ସେହି ସ୍ଥାନ ଖାଲି କରିବା ଲାଗି କୁହାଯାଇଛି । ସେମାନେ କିଛି ସମୟ ମାଗିଛନ୍ତି । ଉକ୍ତ ସମୟ ସିମା ମଧ୍ୟରେ ଉକ୍ତ ସ୍ଥାନ ଖାଲି ନ
କଲେ ଜଙ୍ଗଲ ଆଇନ ୧୯୭୨ ପ୍ରକାରେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋଟଗଡରେ ଜଂର ସୂର୍ଯ୍ୟକାନ୍ତ ବେହେରା କହିଛନ୍ତି ।
ସେହିପରି କୋଟଗଡ଼ ରିଜର୍ଭ ଫରେଷ୍ଟ ମଧ୍ୟରେ ପଟା ନ ଥାଇ ଜବରଦଖଲ କରି ଘର କରି ରହୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଉଛେଦ କରାଯିବ ବୋଲି ରେଜଂର ବେହେରା ଆହୁରି କହିଛନ୍ତି ।
ସେହିପରିକିଛି ମାସ ତଳେ କୋଟଗଡ଼
ବନାଞ୍ଚଳ ଅଧୀନ ମ ଦାଙ୍ଗି ନିକଟ ଅଭୟାରଣ୍ୟ ଜଙ୍ଗଲ ଜମି ଅକ୍ତିଆରକୁ ନେଇ 6କସରା ଗୁଡ଼ା ଓ ମଦାଙ୍ଗି ଗ୍ରାମର ଲୋକଙ୍କ ମଧ୍ୟରେ ଗଣ୍ଡୋଗଳ ଯୁକ୍ତିତର୍କ ହୋଇ । ଶେଷରେ କଥା ଥାନାରେ ପହଞ୍ଚିଥିଲା।
ସେହିପରି ଜଙ୍ଗଲଜମିକୁ ନେଇ ଗହମ ଗୁଡ଼ା ଓ କୃତି ବାଲି ଗ୍ରାମବାସୀଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଘଟିଥିଲା।
କୋଟଗଡ଼ ବନାଞ୍ଚଳ ଅଧୀନରେ ଥିବା ଅଭୟାରଣ୍ୟ ଭିତରେ ଅନେକ ଲୋକ ଘର କରି ରହିବା ସହ ବିଭିନ୍ନ ସମୟରେ ସେମାନଙ୍କ ମଧ୍ୟରେ ଜମି ଜବରଦଖଲକୁ ନେଇ ବିବାଦ ଦେଖାଦେଉଛି । ଅଭୟାରଣ୍ୟ ମଧ୍ୟରେ ଘର କରିରହିବା ବେଆଇନ ହୋଇ ଥିଲେ ମଧ୍ୟ ସେମାନଙ୍କୁ ଉଛେଦ କରାନଯିବା ଫଳରେ ଏଭଳି ବିବାଦ ଦିନକୁ ଦିନ ବଢିବା ସହ ଜଙ୍ଗଲ ମଧ୍ୟ କ୍ଷୟ ହେବ।ରେ ଲାଗିଛି ।
ଜଙ୍ଗଲ ବିଭାଗ ଉଚ୍ଚ ଅଧିକାରୀଏଥିପ୍ରତି ଦୃଷ୍ଟିଦେବାକୁ ଦାବୀ ହେଉଛି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































