ଆଠଗଡ ରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ
ଆଠଗଡ(ଉଲାପ୍ର)ଆଠଗଡ ରେ ସ୍ୱତନ୍ତ୍ର ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି, ଆଠଗଡ ର ପୂର୍ବତନ ଆଇନଜୀବୀ ସ୍ବର୍ଗତ ଧନୁର୍ଦ୍ଧର ରାଉତ ସୁପୁତ୍ର ଆଇନଜୀବୀ ପ୍ରସନ୍ନ କୁମାର ରାଉତଙ୍କ ଚାମ୍ବରରେ ଅନୁଷ୍ଠିତ ହୋଇଥିଲା ମଧୁସୂଦନ ଦାସଙ୍କ ଜୟନ୍ତୀ,ଏହି ଅବସରରେ ଆଠଗଡ ର ବରିଷ୍ଠ ଆଇନଜୀବି ପ୍ରାଣକୃଷ୍ଣ ଦାଶ, ଅଦେଇତ ଚରଣ ପଣ୍ଡା,ଅଶୋକ କୁମାର ପଟ୍ଟନାୟକ, ରାମ ନାରାୟଣ ମହାନ୍ତି,ଜଗଦାନନ୍ଦ ତ୍ରିପାଠୀ,ବନ ବିହାରି ସାହୁ,ପ୍ରତାପ ପଟ୍ଟନାୟକ, ସୁଶାନ୍ତ ମିଶ୍ର,ଜ୍ଞାନରଞ୍ଜନ ମହାପାତ୍ର, ସତେନ ପଣ୍ଡା,ଜ୍ଞାନ ଧଳ ସାମନ୍ତ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଗୁଣଗାନ କରିଥିଲେ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପଦାରବିନ୍ଦ ଜେନା।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































