ଆଠଗଡ ରେ କରୋନା ଲହର ଜାରି,ପ୍ରଶାସନ ସ୍ଥାଣୁତା,ଉପଜିଲ୍ଲାପାଳ ଙ୍କୁ ଅଭୟ ଦେଲେ ଦାବିପତ୍ର
ଆଠଗଡ(ଉଲାପ୍ର)କରୋନାର ଦିତୀୟ ଲହର ଆଠଗଡ ରେ ସମ୍ପୂର୍ଣ ବାରିହୋଇ ପଡୁଛି, ଗତ ପଚିଶ ଦିନ ମଧ୍ୟରେ ଆଠଗଡ ସହର ସହିତ ବ୍ଲକ ରେ ଦୁଇଶହ ରୁ ଅଧିକ ଆକ୍ରାନ୍ତ ରେ କରୋନାରେ ଚିହ୍ନଟ ହୋଇ ସାରିଲେଣି,ହେଲେ ଆଠଗଡ ପ୍ରଶାସନ କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦର ଚେତା ପସୁନି, ଯୋଉଥି ପାଇଁ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି,ଏହାରି ମଧ୍ୟରେ ଯୋଉମାନେ କ ରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ମେଡ଼ିସିନ ଦେଇ ତାର କାମ ସାରି ଦେଉଥିବା ଅଭିଯୋଗ ହେଉଛି,ଏହାରି ଭିତରେ ଆଠଗଡ ଭାଗ୍ୟବିଧାତା ଙ୍କ ଦର୍ଶନ ମଧ୍ୟ ମିଳୁନାହିଁ,ଯାହା ଫଳରେ ସାଧାରଣ କ ରୋନା ରୋଗୀ ଯୋଉମାନେ ପଜି ଟିଭ ଚିହ୍ନଟ ହୋଇଛନ୍ତି ସେମାନେ ଭାଗ୍ୟକୁ ଆଦରି ଘରେ ରହିବାଟା ସାର ହୋଇଛି,ଆଠଗଡ ନିର୍ବାଚନ ମଣ୍ଡଳୀରେ ଦିତୀୟ ଲହର ସମୟରେ ଅଦ୍ୟାବଧି କ ରୋନା ରୋଗୀଙ୍କ ପାଇଁ ମେଡିକାଲ ଖୋଲା ଯାଇପାରି ନାହିଁ,କିମ୍ବା ଆଠଗଡ ସହରରେ ଟିଏମସି ସେଣ୍ଟର ମଧ୍ୟ ବିଜୁ
ପଟ୍ଟନାୟକ କଲ୍ୟାଣମଣ୍ଡପ ରେ ଖୋଲା ଯାଇପାରି ନଥିବାରୁ ଆଠଗଡ ବାସୀ ପ୍ରଶାସନର ସ୍ଥାଣୁତା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଥାଣୁତା ନେଇ ପ୍ରଶ୍ନ କରିବା ଆରମ୍ଭ କଲେଣି,ଆଠଗଡ ଭାଗ୍ୟବିଧାତା ମଧ୍ୟ ଏଭଳି ଦୂରଦିନ ସମୟରେ ଲୋକଙ୍କ ପାଖରେ ଛିଡା ହେବାକୁ ଭୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆଠଗଡ ର ଯୁବ ସଙ୍ଗଠକ ଅଭୟ ବାରିକ,ବୁଧବାର ଦିନ ଅଭୟ ବାରିକ ତାଙ୍କ ସହଯୋଗୀ ସରୋଜ ଦାସଙ୍କ ସହିତ ଆଠଗଡ ଉପଜିଲାପାଳ ଅଫିସ କୁ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି,ଏହି ଦାବିପତ୍ର ରେ ସେ ଦର୍ଶାଇଛନ୍ତି ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମାଧବପୁର ମେଡିକାଲ କୁ ତୁରନ୍ତ କୋଭିଡ ହସ୍ପିଟାଲ ଭାବେ ଖୋଲିବା ପାଇଁ ଦାବି କରିଛନ୍ତି,ଯାହାଦ୍ୱାରା ଆଠଗଡ ନିର୍ବାଚନ ମଣ୍ଡଳୀ ର କ ରୋନା ରୋଗୀମାନେ ଆଉ କଟକ ଯିବେ ନାହିଁ,ଆଠଗଡ ବିଜ୍ଞାପିତ ଅଂଚଳ ପରିଷଦ ରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ରେ ୨୦୨୦ ରେ କୋଭିଡ ସେଣ୍ଟର କରାଯାଇ ଥିଲା,ଗତ ଏକ ସପ୍ତାହ ହେଲା ଆଠଗଡ ଉପଜିଲାପାଳ କୋଭିଡ ସେଣ୍ଟର କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ କହିଥିଲେ ମଧ୍ୟ ଅଦ୍ୟାବଧି ଏହା କାର୍ଯ୍ୟକାରୀ ହୋଇପାରି ନାହିଁ,ଅସମୟର ବନ୍ଧୁ ପ୍ରକୃତ ବନ୍ଧୁ ପରି ଅଭୟ ବାରିକ ବିଧାୟକ ନଥାଇ ମଧ୍ୟ ଜଣେ ସମାଜସେବୀ ତଥା ରାଜନୈତିକ ବ୍ୟକ୍ତି ଭାବେ ଆଠଗଡ ରେ କୋଭିଡ ଡାକ୍ତରଖାନା କୁ ପୁନ ଚାଲୁ କରିବା ପାଇଁ ଦାବି କରିବା ଘଟଣାକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି, ଆଠଗଡ ସହର ସହିତ ଆଖପାଖ ଗ୍ରାମରେ ଦିନକୁଦିନ କ ରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ରୋଗୀ ମାନଙ୍କୁ ଯଦି ତୁରନ୍ତ ଚିକିସ୍ଥାସେବା ଯୋଗାଇ ଦିଆ ନଯାଏ ତେବେ ନିଶ୍ଚିତଭାବେ ଏହି ରୋଗୀମାନେ ବିପଦରେ ପଡିବେ ବୋଲି ଅଭୟ ଅଭିଯୋଗ କରିଛନ୍ତି,ସେ ଆହୁରି ମଧ୍ୟ କହିଛନ୍ତି ଯଦି ବଡମ୍ବା ରେ କୋଭିଡ ସେଣ୍ଟର ଖୋଲା ଯାଇ ସାରିଲାଣି ତେବେ ଆଠଗଡ ରେ କଣ ପାଇଁ ବିଳମ୍ବ ହେଉଛି ତାର ଉତର ରଖିବେ କି ଯୋଗାଣ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଅଭୟ ବାରିକ,ନା କିଛି ଡିଲ ହୋଇପାରୁନାହିଁ କୋଭିଡ ହସ୍ପିଟାଲ ଖୋଲିବାରେ ବୋଲି ପ୍ରଶ୍ନ ପଚାରିଛନ୍ତି ଅଭୟ,ଯଥାଶୀଘ୍ର କୋଭିଡ ହସ୍ପିଟାଲ ଖୋଲିବାକୁ ଦାବି କରାଯାଉଛି।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































