ମାଠୁ ପୁଅକୁ ଅଲଗା କଲା ବାପ,ଲୋକ ଲଗେଇ ଅପହରଣ କଲା ଛୁଆକୁ,ଅପହରଣ କରିଥିବା ତିନିଜଣ ଯୁବକ ଥାନାରେ ଅଟକ,ପୋଲିସ ପୁଅକୁ ଉଦ୍ଧାର ନକଲେ ପରିବାର ସହିତ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି କହିଲେ ପରିବାର ଲୋକେ
ଆଠଗଡ(ଉଲାପ୍ର)ଆଠଗଡ ଥାନା କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ପାଟଲିଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ମାଠୁ ୩ବର୍ଷର ପୁଅକୁ ଅଲଗା କରିବାକୁ ଯାଇ ବାପ ଅଲଗା ଲୋକ ଲଗେଇ ଗାଁ ଦାଣ୍ଡରେ ଖେଳୁଥିବା ୩ବର୍ଷର ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ଆଠଗଡ ଥାନାରେ,ଆଠଗଡ ଥାନା ପୋଲିସ ଏହି ଘଟଣାରେ ତିନିଜଣଙ୍କୁ ଥାନାରେ ଆଣି ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି,ପୋଲିସ ଯଦି ଅଭିଯୋଗ କାରି ମହିଳାଙ୍କ ପୁଅକୁ ଉଦ୍ଧାର ନକରେ ତେବେ ସେମାନେ ପରିବାର ସହିତ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଥାନା ଆଗରେ ଏକ ବିଷ ବୋତଲ ଧରି ବସି ରହିଥିବା ଦେଖିବାକୁ ମିଳିଥିଲା, ଆଠଗଡ ଥାନା ପୋଲିସ ଏହି ବ୍ୟକ୍ତି ମାନଙ୍କୁ ବୁଝା ସୁଝା କରିବା ପରେ ଥାନା ଭିତରକୁ ଯାଇ ଏତେଲା ଦେଇଛନ୍ତି,ଘଟଣାରୁ ଜଣାପଡିଛି ଆଠଗଡ ଥାନା ପାଟ ଲିଙ୍ଗା ଗ୍ରାମର ଜନୈକ ମହିଳା ଚୌଦ୍ୱାର ଅଞ୍ଚଳ ରେ ଗତ ପାଞ୍ଚବର୍ଷ ତଳେ ବିବାହ କରିଥିଲେ, ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଗୋଟିଏ ୩ବର୍ଷର ପୁଅ ଥିବାବେଳେ ସେ ମା ପାଖରେ
ରହୁଥିଲା,ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନମାଳିନ ଘଟି ଗତ କିଛିବର୍ଷ ହେଲା ମହିଳା କମିଶନ ଓ ଥାନାରେ ମାମଲା ଚାଲୁ ରହିଥିବା ବେଳେ ଗତକାଲି ପୁଅର ବାପ ଲୋକ ଲଗେଇ ନିଜ ପୁଅକୁ ପାଟଲିଙ୍ଗା ଅଞ୍ଚଳରୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାରର ସଦସ୍ୟ ମାନେ,ପରିବାରର ସମସ୍ତ ସଦସ୍ୟ ପୁଅ ଅପହରଣ ଘଟଣାରେ ଭାଙ୍ଗି ପଡିଥିବା ବେଳେ ଯଦି ମହିଳା ତାଙ୍କ ପୁଅକୁ ନପାଆନ୍ତି ତେବେ ପରିବାରର ସମସ୍ତ ସଦସ୍ୟ ବିଷ ଖାଇ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଥିଲେ,ଏହି ଘଟଣା ନେଇ ଆଠଗଡ ପୋଲିସ ଆଜି ଦିନ ତମାମ ତନାଘନା କରିବା ପରେ ସନ୍ଧ୍ୟାରେ ତିନିଜଣ ଯୁବକଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା ଜାରି ରଖିଛି।ଏଭଳି ଅମାନବୀୟ ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































