କଟକ ରେ ଜଳ କଷ୍ଟ,ପାଇପ ଫାଟି ପାଣି ବୋହି ଯାଉଛି,ସହରାଞ୍ଚଳ ଜଳଯୋଗାଣ ବିଭାଗର ନିଘା ନାହିଁ
କଟକ(ଉଲାପ୍ର)କଟକ ପିଲିଗ୍ରୀମ ରୋଡ ଦାଶ ସାହି ପାଖ ରୁ ଆରମ୍ଭ କରି ଛ୍ହତ୍ରବଜାର୍ ଯାଏ ଅନବରତ ପାଣି ବହି ଯାଉଛି ରାସ୍ତାରେ, ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏପରି ପାଞ୍ଚଟି ପାଇପ ରୁ ଅନବରତ ପାଣି ଯାଇ ରୋଡ ରେ ଭାସୁଛି,ଏପଟେ ସାହି ସାହିରେ ଲୋକେ ଜଳକର ଦେଉଛନ୍ତି ହେଲେ ପାଣି ପାଉ ନାହାନ୍ତି,ସାଧାରଣ ଲୋକେ ପାଣି ଟୋପାଏ ପାଇଁ ପିଏଚଡି ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସାହି ମାନଙ୍କ ରେ ପାଣି ପହଞ୍ଚୁ ନାହିଁ, ଅନେକ ସାହି,ଯେପରି ଯୋବ୍ରା,ମୁରଦ୍ଖନ୍ ପାଟଣା ,ମଠସାହି,ସାମଲ୍ ସାହିକୁ ପାଣି ଯାଉନାହିଁ, ସାଧାରଣ ଜନତା ଏନେଇ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କଲେଣି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































