କନ୍ଧମାଳ ରେ ପୁଣି ୫୪ ନୁତନ ପଜିଟିଭ ଚିହ୍ନଟ, ଫୁଲବାଣୀ ସହରରୁ ସର୍ବାଧିକ ୧୪ପଜିଟିଭ,ମୋଟ ପଜିଟିଭ ସଂଖ୍ୟା ୩୬୧
ଫୁଲବାଣୀ-( ସୁନୀଲ ପଟନାୟକ) ଦିନକୁ ଦିନ କରେ। ନା ପଜିଟିଭ ସଂଖ୍ଯାକନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି।ଶୁକ୍ରବାର ଜିଲ୍ଲାରେ ପୁଣି ୫୪ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଫୁଲବାଣୀ ସହରରୁ ସର୍ବାଧିକ ୧୪ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ କୁମୁରୀଗୁଡ଼ା, ସଦନ ମେଣ୍ଡି ଓ ଡ଼ାତ ପାଜୁ ଗ୍ରାମାଞ୍ଚଳରୁ ଜଣେ ଲେଖାଏଁ ମୋଟ ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । । ଆଜିର ସହରର୧୪କରେ। ନା ପଜିଟିଭ ମଧ୍ୟରୁ ଫୁଲବାଣୀ ସ।ହି ରୁ ୨ଜଣ କରେନା ପଜିଟିଭ ରୋଗୀ ଚିହ୍ନଟ ହୋଇଥିବାବେଳେ କେନ୍ଦୁପଦର, ନଦୀ ଖଣ୍ଡି ସାହି, ମାଷ୍ଟ୍ରପଡା, ପିଅନ ପଡା,ଓଲଡ ଏଲଆଇସି କଲୋନୀ, ସାଇନ ପଡ଼ା, ତହସିଲ ଅଫିସ,ନାରାୟଣୀ ରୋଡ, ଏଫସିଆଇ ଛକ, ଏଆରସିଏସ ଅଫିସ, ବ୍ରାହ୍ମଣ ସାହି, ଓ ଫୁଲବାଣୀ ସହରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
, ଫଳରେ ସହରରେ ବିଭିନ୍ନ ସାହିରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ବଢି ଚାଲିଥିବା ଦେଖିବାକୁ ମିଳୁଛି । ସେହିପରି ଫୁଲ ବାଣୀ ସହର ଓ ବ୍କକର ୧୭ ଜଣ କୁ ବାଦଦେଲେ ଜିଲ୍ଲାର ଜି.ଉଦୟଗିରିରୁ ୩.ବାଲିଗୁଡା ରୁ ୩,,କନୂଆଗାଁ ୫, ରାଇକିଆ-୮,ଦ।ରିଙ୍ଗବାଡି ୧,କୋଟଗଡ ୪, ତୁମୁଡିବନ୍ଧ ୧ , ଟିକା ବାଲି ୧, ଚକାପାଦ ୨, ଓ କନ୍ଧମାଳ ଅଞ୍ଚଳର ଜଣେ ବାହାରେ ଚିହ୍ନଟ ହୋଇଥିବା ସରକାରି ରିପୋର୍ଟରୁ ଜଣାପଡିଛି, I
ତେବେ ଫୁଲବାଣୀ ସହରରେ କରେ।ନା ପଜିଟିଭ ଙ୍କ ସଂଖ୍ୟା ଦିନକୁ ଦିନବଢୁଥିବା ଫଳରେ ସହର ବାସୀ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି ।
ଆଜିର ୫୪ନୂଆ ପଜିଟିଭ କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୩୬୧ ଛୁଇଁଛି। ସେହିପରି କରେ । ନାର ଦ୍ଵିତୀୟ ଲହରରେ ଏଯାଏ ୨ଜଣଙ୍କର ମୃତ୍ୟୁ ଘଟିଛି। ଆରମ୍ଭରୁଜିଲ।ରେ ବର୍ତ୍ତମାନ ସୁଧାକରୋନାପଜିଟିଭ ଙ୍କ ସଂଖ୍ଯା ୬୫୦୧ ହୋଇ ଥିବାବେଳେ ଏବେ ସୁଧା ୬୧୦୫ ଜଣ ମଧ୍ୟସୁସ୍ଥ ହୋଇ ସାରିଲେଣି।୩୫ ଜଣଙ୍କର ମୃତ୍ୟୁ ଘଟିଛି ଏଯାଏ ।
ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲି
ମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ କର। ଯାଉଛି। ଅମାନିଆ ଙ୍କୁ ଅଟକାଇ ତାଗିଦ କରିବା ସହ ଫାଇନ କାଟୁଛି ।ତଥାପି କରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧିପାଉଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାପାଳ ଓ ଏସପି ମଧ୍ୟ ବିଭିନ୍ନ ସମୟରେ ସହରରେ ବୁଲି ତଦାରଖ କରିବା ସହ ଅମାନିଆ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟାଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ପ୍ରଶ। ସନ ସତର୍କ ଦୃଷ୍ଟି ରଖିଛି । ନାଇଟ କର୍ଫ୍ୟୁ କୁ ମଧ୍ୟ କଡ଼ାକଡି ଯୋର ଦାର କର। ଯାଉଛି । ଟାଉନପୋଲିସ ସହରରବିଭିନ୍ନ ସାହିରେ ପେଟ୍ରୋଲିଙ୍ଗ କରୁଛି ।
ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣ ସତର୍କ ଦୃଷ୍ଟି ରଖାଯାଇ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି । କରେ । ନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲିଗୁଡ଼ାରେ ଆଜିଠୁ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନବଜାର ଖୋଲା ରଖିବା ସହ ଚେକିଙ୍ଗି କଡ଼ା କଡ଼ି କରାଯାଉଛି । ସେହିପରି ଜିଉଦୟଗିରିରେ ସଂଧ୍ୟା ୫ଟା ଯାଏ ଖୋଲା ରଖୁଛନ୍ତି ବ୍ୟବସାୟୀମାନେ। ଫୁଲ ବାଣୀ ସହରରେ ସୋମବାରଠାରୁ ସକାଳୁ ଦିନ ୨ଟା ଯାଏ ଦୋକାନବଜାର ଖୋଲା ରଖିବା ଲାଗି ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି। ଫଳରେ ଆଗାମୀ ସପ୍ତାହରେ କରେ। ନା ସଂକ୍ରମଣ ହାର କମିବ ବୋଲି ଆଶା କରାଯାଉଛି । ସେହିପରି ଗ୍ରାମାଞ୍ଚଳଗୁଡିକରେ ମଧ୍ୟ କରେ । ନାସକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ବ୍ଳକ ଅଞ୍ଚଳରେ ମଧ୍ୟ ବ୍ୟବସାୟୀମାନେ ଦିନ ଗୋଟାଏ ଯାଏ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡ଼ିକ ଖୋଲା ରଖିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଫଳରେ ଜିଲ୍ଲାରେ କରେ ନା ସଂକ୍ରମଣ କୁ କିଛିଟାରୋକି ହେବ ବୋଲି ପ୍ରଶାସନ ଆଶା କରିଛି ।
.
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































