ଆଠଗଡ ରେ ଶ୍ରମିକ ଦିବସକୁ ଉତ୍ସର୍ଗ କରାଗଲା ସହିଦ ସାମ୍ବାଦିକଙ୍କ ଉଦେଶ୍ୟରେ ,କରୋନା ରେ ମୃତୁବରଣ କରିଥିବା ସାମ୍ବାଦିକଙ୍କ ଉଦେଶ୍ୟରେ ମନ୍ଦିରରେ ଦୀପ ପ୍ରଜ୍ଵଳନ କରାଗଲା
ଆଠଗଡ, ମଇ ଏକ ଶ୍ରମିକ ଦିବସ,ଏହି ଅବସରରେ କଟକ ଜିଲ୍ଲା ଓ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ଆଠଗଡ ଉତ୍ତରା ଚଣ୍ଡୀ ମନ୍ଦିର ଠାରେ ମଇ ଦିବସ ବା ଶ୍ରମିକ ଦିବସ ପାଳିତ ହୋଇଯାଇଛି,ସାରା ବିଶ୍ୱ ଏବେ କ ରୋନା କବଳରେ ଥିବାବେଳେ ଭାରତ ଓ ଓଡିଶା ମଧ୍ୟ ଏଥିରୁ ବାଦ ଯାଇନାହିଁ,ଗତକିଛିଦିନ ହେଲା ଭାରତ ରେ କାର୍ଯ୍ୟରତ ସାମ୍ବାଦିକ ଓ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକ ମାନେ କରୋନା ଲଢେଇ ରେ ସହିଦ ହୋଇସାରିଲେଣି,ସେହି ସହିଦ ସାମ୍ବାଦିକ ମାନଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘ ଅନୁବନ୍ଧିତ କଟକ ଜିଲା ସାମ୍ବାଦିକ ସଙ୍ଘ ଓ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର କର୍ମକର୍ତା ମାନେ ଆଠଗଡ ଉତ୍ତରା ଚଣ୍ଡୀ ମନ୍ଦିରରେ ଏକାଠି ହୋଇ ପ୍ରଦିପ ପ୍ରଜ୍ଵଳନ କରି ସେହି ଦିବଙ୍ଗତ ସାମ୍ବାଦିକଙ୍କ ଉଦେଶ୍ୟରେ ଶ୍ରମିକ ଦିବସକୁ ଉତ୍ସର୍ଗ କରିଛନ୍ତି,କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଦିପ ପ୍ରଜ୍ଵଳନ କାର୍ଯ୍ୟକ୍ରମ ରେ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ପଣ୍ଡା,ଉପସଭାପତି ସର୍ବେଶ୍ୱର ପଣ୍ଡା,ସମ୍ପାଦକ ବିଜୟ ନାୟକ,ସନ୍ତୋଷ ବାରିକ,ନୀଳକଣ୍ଠ ଦୋରା,ମାନସ ସାହୁ ପ୍ରମୁଖ ଯୋଗଦେଇ ପ୍ରଦିପ ପ୍ରଜ୍ଵଳନ କରିବା ସହିତ ସହିଦ ସାମ୍ବାଦିକ ମାନେ ଅମର ରହେ ବୋଲି ସ୍ଲୋଗାନ ଦେଇଥିଲେ,ଦିନକୁ ଦିନ ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଟୀକା ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦେବାକୁ କଟକ ଜିଲା ସାମ୍ବାଦିକ ସଙ୍ଘ ତରଫରୁ ଦାବି କରାଯାଇଛି
।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































