ସହରର ୫୦ ଗଭୀର କୁ ଅ ଜବରଦଖଲ ରେ, ଲୋକଙ୍କୁ ପିଇବାକୁ ପାଣି ମିଳୁନି
ଫୁଲ ବାଣୀ-(ସୁନିଲ ପଟନାୟକ ) ଏବେ ଖରାଦିନ। ପାଣିପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।ପାଇପରେ ବି ଦିନ ଦିନ ଧରି ପାଣି ଆସୁନି । ଫୁଲବାଣୀ ସହରର ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ପାଇଁ ୫୦ ବର୍ଷ ତଳେ ବିଭିନ୍ନ ସାହିରେ ପ୍ରାୟ ୭୦ଟି ଗଭୀର କୁପ ଖୋଳାଯାଇଥିଲା। ହେଲେ ଏବେ ସେ ସବୁ କୁ ଅର ଏବେ ଚିହ୍ନ ବର୍ଣ୍ଣ ମିଳୁନି। କିଏ କୁଅକୁ ନିଜ ଦଖଲକୁ ନେଇ ତା ଉପରେ ଘର କଲାଣି ଆଉ କିଏ ପୋତି ପକାଇଲାଣି। ଏବେ ହାତଗଣତି ୧୦ । ୧୨ଟି କୁ ଅରହିଛି। ଲୋକେ ବ୍ୟବହାର କରୁଥିବା ଦେଖାଯାଉଛି ।
ଆଗରୁ ନଳକୂପ ନ ଥିଲା। ଲୋକେ କୁଅ ଓ ପୋଖରୀ ନଦୀ ଉପରେ ନିର୍ଭର କରି ଚଳୁଥିଲେ । ପରେ ନଳ କୁ ପ ମାନ ସ।ହୀରେ ଖୋଳା ହେଲା ଓ ଏନ .ଏ .ସି ହେବାପରେ ପାଇପ ଯୋଗେ ପାନୀୟଜଳ ଯୋଗାଣ ଆରମ୍ଭ କି ହେଲା। ଏ ସବୁ ଯୋଜନା ହେବ। ଫଳରେ କୁଅ ଉପରେ ଲୋକେ ଆଉ ଏତଟା ନିର୍ଭର କଲେନି । ଫଳରେ କୁଅ ଗୁଡିକ ବ୍ୟବହାର ଉପଯୋଗୀନ ହୋଇ ପରିତ୍ୟକ୍ତ ହୋଇ ପଡି ରହିଲା ଆଉ ଲୋକେ ସୁବିଧା ଦେଖି ଏ ସବୁକୁ ଅକୁ ନିଜ ନିଜ କବଜାରେ ରଖିଲେ।ଆଉ ଏବେ ସେ ସବୁକୁ ଅଉପରେ ଘରଦ୍ୱାର ମଧ୍ୟ କଲେଣି। ୧୦ଟି କୁ ଅ ପୋତିହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିଛି ।
ତେବେ ମୁନିସିପାଲଟି ପକ୍ଷରୁ କୁଅ ତାଲିକା ବାହାର କରି ସେ ସବୁକୁ ଅକିଏ କାହିଁକି ଜବରଦଖଲ କରିଛି ତଦନ୍ତ୍ର କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଯିବୀ ଦାବୀ କରିଛନ୍ତି । ପ୍ରଶାସନ କେବେ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବ ଦେଖିବାର କଥା – I
ଏ ନେଇ ମୁନିସପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ ଅଭିଯୋଗ ଆସିଲେ କୁଅର ସ୍ଥିତି ସଂପର୍କରେ ଯାଞ୍ଚ କରାଯିବ ବୋଲି କହିଛନ୍ତି ।
:
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































