ବୃକ୍ଷ ହିଁ ଜୀବନ, ବାଟୋଇଙ୍କୁ ଗଛ ଦେଇ କରୋନା ସମୟରେ ସଚେତନ କଲେ ଅଭୟ
ଆଠଗଡ(ଉଲାପ୍ର)ବୃକ୍ଷ ହିଁ ଜୀବନ,କରୋନା ମହାମାରୀ ସମୟରେ ଏମିତି କିଛି ବାର୍ତା ଦେଇଛନ୍ତି ଆଠଗଡ ର ଯୁବ ସଙ୍ଗଠକ ଅଭୟ ବାରିକ,ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢ଼ୁଛି,ଏହାରି ଭିତରେ ଭାରତର ଅବସ୍ଥା ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଲାଣି, ଚାରିଆଡେ ଅକ୍ସିଜେନ ର ସଙ୍କଟ ଦେଖାଯାଇଛି, ଆଉ ଏହି ଅକ୍ସିଜେନ ପାଇଁ ଶହଶହ ରୋଗୀଙ୍କ ପ୍ରାଣ ବାୟୁ ଚାଲିଯାଇଛି,ଗତ କିଛି ବର୍ଷ ହେବ ସରକାର କମ୍ପାନୀ ପଛରେ ପଡି ଯେପରି ବିରାଟ କାୟ ଗଛ ଗୁଡିକୁ କାଟି ଚାଲିଛନ୍ତି ପ୍ରକୃତି ଆଜି ତାର କରାଳ ରୂପ ଦେଖାଇଛି,ଅକ୍ସିଜେନ ଟିକିଏ ପାଇଁ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି,ଏଭଳି ଏକ ସଂକଟଜନକ ସ୍ଥିତିରେ ନେତାମାନେ ଘରେ ଶୋଉଥିବା ବେକେ ଆଠଗଡ ର ଯୁବ ସଙ୍ଗଠକ ଅଭୟ ବାରିକ ଏକ ନିଆରା ଢଙ୍ଗରେ ଆଠଗଡ ରାଜ ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଯାତ୍ରୀଙ୍କୁ ଅଟକାଇ ଗୋଟିଏ ଗୋଟିଏ ଗଛ ବାଣ୍ଟିବା ସହିତ ମାସ୍କ ପ୍ରଭୁତି ପ୍ରଦାନ କରିଛନ୍ତି,ଖାଲି ସେତିକି ନୁହେଁ ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଯାତ୍ରୀଙ୍କ ଗାଡିକୁ ସାନିଟାଇଜ କରିଛନ୍ତି,ଅଭୟଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ଜନତା ବେଶ ପ୍ରନ୍ସସା କରିଛନ୍ତି,
ଗତବର୍ଷ କରୋନା ମହାମାରୀ ସମୟରେ ଯୁବ ସଙ୍ଗଠକ ଅଭୟ ଆଠଗଡ ନିର୍ବାଚନ ମଣ୍ଡଳୀ ର ତିଗିରିଆ,ନୂଆପାଟଣା,ଆଠଗଡ ସହରରେ ଲୋକମାନଙ୍କୁ ସଚେତନ କରିବା ସହିତ ଯମ ଓ ଚିତ୍ରଗୁପ୍ତକୁ ନେଇ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ, ଚଳିତବର୍ଷ କରୋନାର ଦିତୀୟ ଲହରରେ ମଧ୍ୟ ଅଭୟ ଜଣେ ସେନାବାହିଁନିର ପୂର୍ର୍ବତନ ସୈନିକ ଭାବେ ଆଠଗଡ ରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି,ମଙ୍ଗଳବାର ଦିନ ଅଭୟ ଯୁବ ସଙ୍ଗଠକ ସରୋଜ ଦାସଙ୍କ ସହିତ ଟୁକୁ ସାମଲ,ସଞ୍ଜୟ ସାହୁଙ୍କ ସହିତ କିଛି ଯୁବକଙ୍କୁ ସାଙ୍ଗରେ ଧରି ଚାନ୍ଦବାଲି ଛକ ଠାରେ ରାସ୍ତାରେ ଯାଆସ କରୁଥିବା ଗାଡି ଗୁଡିକୁ ସାନିଟାଇଜ କରିବା ସହିତ ମାସ୍କ ବଣ୍ଟନ କରିଥିଲେ ଏବଂ ତିନିସହରୁ ଅଧିକ ଗଛ ବିଭିନ୍ନ ଲୋକଙ୍କୁ ବାଣ୍ଟିଥିଲେ,ଉଦେଶ୍ୟ ଥିଲା ପ୍ରତେକ ଲୋକ ଏହି ଗଛକୁ ନେଇ ନିଜ ବାଡ଼ିରେ ଲଗାଇବେ ଏବଂ ଏହାଦ୍ୱାରା ଆଗାମୀ ଦିନ ମାନଙ୍କରେ ଏହି ଗଛ ଲୋକଙ୍କୁ ଅକ୍ସିଜେନ ପ୍ରଦାନ କରିବ,ଅଭୟଙ୍କ ଏହି କାର୍ଯ୍ୟକ୍ରମ କୁ ସାଧାରଣରେ ବେଶ ପ୍ରନ୍ସସା କରାଯାଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































