ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ
ନରସିଂହପୁର (ଉଲାପ୍ର)
ନରସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୌମ୍ୟାଶ୍ରୀ ପଣ୍ଡା ଙ୍କ ପୌରହିତରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦେବଦତ୍ତ ମଳୟ କୁମାର ବରାଳ ଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ପଣ୍ଡା, ସ୍ନେହଲତା ମହାନ୍ତି ଓ ବିଦ୍ୟାଳୟ ର କର୍ମଚାରୀ ବିଦ୍ୟାଧର ଜେନା, ପରିଚାଳନା କମିଟି ସଭ୍ଯ କାର୍ତ୍ତିକ ବେହେରା ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସରକାରଙ୍କ ପ୍ରଦତ୍ତ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରାଯାଇଥିଲା। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଅଭିଭାବକ ପର୍ଯ୍ୟାୟକ୍ରମେ ନିଜ ନିଜର ପାଠ୍ୟପୁସ୍ତକ ଓ ପୋଷାକ ନେବାର ବ୍ୟବସ୍ଥା କରାଯାଇଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































