କନ୍ଧମାଳ ଜିଲ୍ଲା ସାମ୍ବାଦିକ କୋଭିଡ଼ ଟିକା ନେଲେ
ଫୁଲ ବା ଣୀ- (ସୁନୀଲ ପଟନାୟକ) ନିକଟରେ ରାଜ୍ୟ ସରକାର ସାମ୍ୱାଦିକମାନଙ୍କୁ କୋର୍ଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଆଗ୍ରାଧିକାର ଭିତ୍ତିରେ ଟିକା ଦେବା ଲାଗି ଘୋଷଣା କରିଥିଲେ। ଫଳରେ, ଆଜି ସ୍ଥାନୀୟ ସଦରମହକୁମା ଡାକ୍ତରଖାନାରେ ଫୁଲବାଣୀ ସହରର ୧୮ର ୪୪ ବର୍ଷ ମଧ୍ୟରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ କୋଭିଡ଼ର ପ୍ରଥମ ଡୋଜ ଟିକା ନେଇଥିଲେ।
ଜିଲ୍ଲାପାଳ ଡାବୃନ୍ଦ । ଡିଓ ସିଡି ଏମ ଓ ଡାରାଜଶ୍ରୀପଟନାୟକଙ୍କ ଆନ୍ତରୀକ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଟିକାକରଣ ହୋଇଥିଲା
ଫଳରେ ଜିଲା ପ୍ରଶାସନକୁ ଇଟିଭି ପ୍ରତିନିଧି ସଦାଶିବ ପାତ୍ରଙ୍କ ସମେତ ବରୀଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଜିଲ୍ଲାର ବାଲିଗୁଡ଼ା, କୋଟଗଡ,ଜିଉଦୟଗିରି ଆଦି ବିଭିନ୍ନ ସ୍ଥାନରେ ସମ୍ବାଦିକମାନେ ଟିକା ନେଇଛନ୍ତି ।
ଟିକା ନ ନେଇ ରହିଯାଇ ଥିବା ଅନ୍ୟ ସାମ୍ବାଦିକଙ୍କୁ ପ୍ରର୍ଯ୍ୟାୟକ୍ରମେ ଦିଆଯିବାର ବ୍ୟବସ୍ଥା କରାଯିବ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































