କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ରେ ମନମାନି
ନରସିଂହପୁର (ଉ ଲା ପ୍ର)
ନରସିଂହପୁର ବ୍ଲକ ର ବାଲିଝରୀ ଠାରୁ ବାଲିପୁଟ ପର୍ଯ୍ୟନ୍ତ ସମୁଦାୟ 37 ଟି ଗ୍ରାମପଞ୍ଚାୟତ ର ପ୍ରାୟ ଦେଢଲକ୍ଷ ଲୋକଙ୍କ ଆଶା ଭରସା ହେଉଛି କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଜିଲିଣ୍ଡ, ନରସିଂହପୁର, ଦେବ ଭୂମି, ସାଗର, ଏକଡାଳ, ର ସମସ୍ତ ଚିକିତ୍ସାଳୟ ପ୍ରସାଶନିକ କ୍ଷମତା କାନପୁର ଠାରେ ରହିଅଛି। ଏହିଠାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ମିଳିଥାଏ। ଉପଯୁକ୍ତ ଦରଖାସ୍ତ ପରିଚୟ ପତ୍ର, ଟ୍ରେଜେରୀ ଚାଳାଣ ଓ ସତ୍ୟପାଠ ଏକକାଳୀନ ପ୍ରଦାନ କରାଯାଉଥିଲେ ହେଁ ତଦନ୍ତର ଆଳ ଦେଖାଇ ଦାୟିତ୍ୱ ରେ ଥିବା କର୍ମଚାରୀ ଏକମାସ ରୁ ତିନିମାସ ସମୟ ନେଇଛନ୍ତି। ଫଳରେ ଦରଖାସ୍ତ କାରୀ ମାନେ ବାରମ୍ବାର ଦୌଡ଼ି ଦୌଡ଼ି ପ୍ରମାଣ ପତ୍ର ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଚିହ୍ନା ଲୋକମାଙ୍କର କାମକୁ ସୁବିଧାରେ କରଯାଉଥିବା ବେଳେ ସାଧାରଣ ଲୋକେ ଏହି ସୁବିଧା ପାଇ ପାରୁ ନାହାନ୍ତି। ଏଣୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଥିରେ ହସ୍ତକ୍ଷେପ କରିବାପାଇଁ ଜନସାଧାରଣ ଦାବି କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































