ରାଜ୍ୟରେ ୧୧୮୦୭ ପଜିଟିଭ ଚିହ୍ନଟ
ଭୁବନେଶ୍ୱର(ଉଲାପ୍ର)ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୮୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ସକ୍ରୀୟ ମାମଲା ୯୦୩୩୫ କୁ ବୃଦ୍ଧି ପାଇଛି। ନୂତନ ସକରାତ୍ମକ ମାମଲାଗୁଡ଼ିକ ମଧ୍ୟରେ ୬୬୧୩ ଟି କ୍ୟାରେଣ୍ଟିନ ସେଣ୍ଟରରୁ ଏବଂ ୫୧୯୪ ଟି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି, ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୯୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା, ବେଳେ ଖୋର୍ଦ୍ଧାରୁ ୧୫୧୦ ଏବଂ କଟକରୁ ୧୦୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୧୬୧ କୁ ବୃଦ୍ଧି ହୋଇଛି।ଏହା ସହିତ ମଇ ମାସରେ ପ୍ରଥମ ସପ୍ତାହରେ ୧୦୦ ରୁ ଉର୍ଦ୍ଧ ଜୀବନ ନେଲାଣି କରୋନା ମହାମାରୀ। ଏ ପର୍ଯ୍ୟନ୍ତ ମଇ ମାସରେ ୧୦୭ ଜଣଙ୍କର ମ୍ୟତ୍ୟୁ ରିପୋର୍ଟ ହୋଇଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































