ଆଠଗଡ ରେ କରୋନା ସମୟରେ ପରିବା ଚାଷୀ ହତାଶ
ଆଠଗଡ(ଉଲାପ୍ରା)ଆଠଗଡ ରେ ନାହିଁ ଶୀତଳ ଭଣ୍ଡାର,ଶୀତଳ ଭଣ୍ଡାର ଉପରେ ବର ଓ ଓସ୍ତ ଗଛ ବଢ଼ିବାରେ ଲାଗିଛି,ଏପରି ଅବସ୍ଥାରେ କରୋନା ମହାମାରୀ ସମୟରେ ଆଠଗଡ ଅଞ୍ଚଳର ପରିବା ଚାଷୀ ହତାଶ ହୋଇପଡିଛନ୍ତି,ଆଠଗଡ ବ୍ଲକ ଅଞ୍ଚଳ ରେ ଅନେକ ପରିବା ଚାଷୀ ଏବେ ଚାଷ କରି ବେଘର ହୋଇ ଗଲେଣି,ଚାଷ କରିବା ପାଇଁ ସାହୁକାର ଠାରୁ ଯୋଉ ଋଣ ଆଣିଥିଲେ ସେ ଋଣ ଆଉ ସୁଝିବା ଅବସ୍ଥାରେ ନାହାଁନ୍ତି ଚାଷୀ,ଲକ ଡାଉନ,ସଟ ଡାଉନ ସବୁ ଯେମିତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି,ଏହି ଦୁଇଜଣ ଚାଷୀ ହେଉଛନ୍ତି ଆଠଗଡ ବ୍ଲକ ବିଶ୍ୱନାଥପୁର ଗ୍ରାମର,ପାଞ୍ଚ ଛଅ ଗୁଣ୍ଠ ଜମିରେ ବୋଦି ଚାଷ କରିଥିଲେ,ଭଲ ଚାଷ ବି ହୋଇଥିଲା, ହେଲେ ସଟଡାଉନ ଯୋଗୁ ସ୍ଥିତି ସବୁ ବିଗିଡି ଯାଇଛି,ଦୋକାନ ବଜାର ବନ୍ଦ,ଵୋ ଦି ନେବାକୁ ବେପାରୀ ଆସୁନାହାନ୍ତି,ବିଲରେ ନଷ୍ଟ ହେଉଛି ପନିପରିବା ଚାଷ,ଏଭଳି ସ୍ଥିତିରେ ସରକାର ଚାଷୀ ମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଦାବି ହେଉଛି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































