ମହାକାଳବସ୍ତ ଗ୍ରାମରେ ଯୁବକକୁ ଅପହରଣ ଅଭିଯୋଗ,ବିଜେଡି ସରପଞ୍ଚ ଙ୍କ ପୁଅ ଅପହରଣ କରିଥିବା ଅଭିଯୋଗ,ସରପଞ୍ଚ ଙ୍କ ଘର ଉପରେ ଆକ୍ରମଣ,ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତାରୋକ
ଆଠଗଡ(ଉଲାପ୍ରା) ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତର ପ୍ରଭାକର ପୁହାଣ ଙ୍କ ପୁଅ ରାଜେନ୍ଦ୍ର ପୁହାଣଙ୍କୁ ମହାକାଳବସ୍ତ ଗ୍ରାମ ପଞ୍ଚାୟତର ସରପଂଚଙ୍କ ପୁଅ ଗତକାଲି ରାତି ୮ଟାରୁ ଦହିସରା ବାଈଆ ବ୍ରିଜ ନିକଟରୁ ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ମହାକାଳବସ୍ତ ଗ୍ରାମବାସୀ, ଆଜି ସକାଳୁ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ।ଯେ ପର୍ଯ୍ୟନ୍ତ ଅପହରଣ ହୋଇଥିବା ଯୁବକ ଉଦ୍ଧାର ଓ ସରପଞ୍ଚଙ୍କ ପୁଅ ଆଲୋକ ବଳିୟାର ସିଂହ ଗିରଫ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଏ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।ଅନ୍ୟପଟେ ମହାକାଳବସ୍ତ ପଞ୍ଚାୟତର ସରପଞ୍ଚ
ସାବିତ୍ରୀ ରାଉତଙ୍କ ପୁଅ ଆଲୋକ ବଳିୟାର ସିଂହଙ୍କ ଘରକୁ ଗ୍ରାମବାସୀ ମାନେ ଗତକାଲି ବିଳମ୍ବିତ ରାତିରେ ଢେଲାପଥର ମାଡ କରିବା ସହିତ ତାଙ୍କର ଘରର ଝରକା,କବାଟ ଭଙ୍ଗାରୁଜା କରିବା ସହିତ ଦୁଇଟି ଟ୍ରକକୁ ଭଙ୍ଗାରୁଜା କରାଯାଇଥିବା ଆଲୋକ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଛନ୍ତି।ତେବେ ଖୁଣ୍ଟୁଣୀ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ କିଛି ସମୟ ପାଇଁ ଶାନ୍ତ ପଡିଥିଲେ।ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ଯେପରି କୈଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୋଲିସ ପକ୍ଷରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।ସରପଞ୍ଚଙ୍କ ଘର ଚାରିପଟେ ପୋଲିସ ପ୍ଇଁତରା ମାରୁଥିବା ଦେଖିବାକୁ ମିଳିଛି।ଅନ୍ୟପଟେ ପୋଲିସ ଉଭୟ ପକ୍ଷରୁ ଆଠଗଡରେ ଅପହରଣ ଅଭିଯୋଗ ଓ ଖୁଣ୍ଟୁଣୀ
ପୋଲିସ ସରପଞ୍ଚଙ୍କ ଏତଲାକୁ ଭିତ୍ତିକରି ତଦନ୍ତ ଜାରି ରଖିଛନ୍ତି, ଅପହୃତା ରାଜେନ୍ଦ୍ର ପୁହାଣ କୁ ଖୁବଶୀଘ୍ର ଉଦ୍ଧାର କରାଯିବା ସହିତ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଖୁଣ୍ଟୁଣୀ ଥାନା ଅଧିକାରୀ ସୂଚିତ୍ର ବିର୍ଯ୍ୟ ଦାସ ସୂଚନା ଦେଇଛନ୍ତି।ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ସହିତ ଆଠଗଡ ଥାନା ଅଧିକାରୀ ଓ ଖୁଣ୍ଟୁଣୀ ଥାନା ଅଧିକାରୀ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଚୈଦ୍ବାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିଛନ୍ତି।ସୂଚନା ଥାଉକି ଗ୍ରାମ ସଭା ଚାଲୁଥିବା ସମୟରେ ସରପଞ୍ଚଙ୍କ ପୁଅ ଆଲୋକ ବଳିୟାର ସିଂହ ଗ୍ରାମର ଜୈନିକ ସଦସ୍ୟଙ୍କୁ ଗତ ୨୬ ତାରିଖରେ ମାଡ ମାରିବା ପରେ ଏହି ବିବାଦ
ଉପୁଜିଥିବା ଜଣାପଡିଛି।ତେବେ ଆଲୋକ ବଳିୟାର ସିଙ୍ଗ ହେଉଛନ୍ତି ବିଜେଡି ଦଳର ସଦସ୍ୟ,ତାଙ୍କ ମା ସାବିତ୍ରୀ ରାଉତ ମଧ୍ୟ ବିଜେଡିର ସରପଞ୍ଚ,ତେବେ ଗତ କିଛିମାସ ହେଲା ରାଜନୈତିକ ଲଢେଇ ଜାରି ରହିଛି,ଏ ସମ୍ପର୍କରେ ଖୁଣ୍ଟୁଣି ଥାନାରେ ମଧ୍ୟ ଗ୍ରାମବାସୀ ଓ ଆଲୋକଙ୍କ ପକ୍ଷରୁ ବାରଗୋଟି ମାମଲା ଥାନାରେ ରୁଜୁ ହୋଇସାରିଲାଣି,ଆଲୋକ ବିଧାୟକଙ୍କ ଜଣେ ଦୃଢ ସମର୍ଥକ ଥାଇ ମାଙ୍କୁ ସରପଞ୍ଚ କରିଥିଲେ,ପରବର୍ତୀ ସମୟରେ ଆରତୀ ଷ୍ଟିଲ ପ୍ଲାଣ୍ଟ ରେ ତାଙ୍କର ଦସଗୋଟି ଟ୍ରକକୁ କମ୍ପାନୀ ନଛାଡିବା ଫଳରେ ସେ ହାଇକୋର୍ଟ ମାମଲା ରୁଜୁ କରି ଗାଡି ଗୁଡିକୁ କମ୍ପାନୀରୁ ଉଦ୍ଧାର କରିଥିଲେ, ତେବେ ଏହା ପଛରେ କାହାର ହାତ ତାହା ସମସ୍ତେ ଜାଣିଥିବା ବେଳେ ଜଣେ ବିଜେଡି ସରପଞ୍ଚ ଙ୍କ ପୁଅ କଣ ପାଇଁ ଗ୍ରାମବାସୀ ଙ୍କ ବିରୋଧ ର ସମ୍ମୁଖିନ ହୋଇଛନ୍ତି ଏହା ପଛରେ କିଛି ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ନିଶ୍ଚିତ,ଯାହା ଫଳରେ ଆଜି ମହାକାଳ ବସ୍ତ ଗ୍ରାମ ଅଶାନ୍ତି ବାତାବରଣ ଭିତରକୁ ଚାଲିଯାଇଛି।ଏ ସମ୍ପର୍କରେ ଆଲୋକ ବଳିୟାର ସିଂ ଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନାହାନ୍ତି
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































